ପତ୍ନୀଙ୍କୁୁ ଏମିତି ଶ୍ରଦ୍ଧାଞ୍ଜଳି ଦେଲେ ଜେମ୍ସ, ଶୁଣିଲେ ହୃଦୟ କାନ୍ଦିବ

ସୋସିଆଲ ମିଡିଆରେ ଏକ ମ୍ୟାଟରନିଟି ଫଟୋ ଏବେ ଭାଇରାଲ ହେଉଛି । ଫଟୋରେ ଜଣେ ବାପା ତାର ବର୍ଷକର ଝିଅକୁ ଧରି ଫଟୋ ସୁଟ୍ କରିଛନ୍ତି । ହେଲେ ଫଟୋ ପଛର କାହାଣୀ ଶୁଣିଲେ ମନ କୋହରେ ଭରିଯିବ । ବାସ୍ତବରେ ଜେମ୍ସ ଅଲ୍ୱାରେଜ୍ ଓ ତାଙ୍କର ୧ ବର୍ଷିୟା ଝିଅ ଏଡଲିନ୍ ମ୍ୟାଟରନିଟି ଫଟୋସୁଟ୍କୁ ପୁଣି ଥରେ ରିକ୍ରିଏଟ୍ କରିଛନ୍ତି । ବିଶେଷ କଥା ହେଲା ୧ ବର୍ଷ ପୂର୍ବେ ଜେମ୍ସ ପତ୍ନୀଙ୍କ ସହ ମ୍ୟାଟରନିଟି ଫଟୋସୁଟ୍ କରାଇ ଥିଲେ। ଏବେ ପତ୍ନୀଙ୍କ ମୃତ୍ୟୁ ପରେ ନିଜର ଝିଅ ସହ ସେହି ଫଟୋ ଗୁଡ଼ିକର ରିକ୍ରିଏଟ୍ କରିଛନ୍ତି ।
ଜେମ୍ସଙ୍କର ପତ୍ନୀ ୟେସେନିଆ ଏଗୁଇଲର ଏକ ବର୍ଷ ପୂର୍ବେ ୩୫ ସପ୍ତାହର ଗର୍ଭବତୀ ଥିଲେ । ଏହି ସମୟରେ ୱାକ୍ରେ ବାହାରିଥିବା ସମୟରେ ଏକ କାର୍ ଧକ୍କାରେ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା। କନ୍ୟା ସନ୍ତାନକୁ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କୁ ସି-ସେକ୍ସନ କରିବାକୁ ପଡ଼ିଲା ଏବଂ ଏହି ସମୟରେ ଶିଶୁଟିକୁ କୌଣସି ଆଘାତ ଲାଗିନଥିଲା ବେଳେ ପିଲାଟିର ଜୀବନ ବଞ୍ଚିଗଲା ।
ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜେମ୍ସ ତାଙ୍କ ସହ କରାଯାଇ ଥିବା ମ୍ୟାଟରନିଟି ଫଟୋସୁଟ୍କୁ ପୁଣି କରିଥିଲେ। ମାତ୍ର ଫରକ ଖାଲି ଏତିକି ଥିଲା କି , ଏହି ଥର ଏହି ଫଟୋସୁଟ୍ ତାଙ୍କର ଝିଅ ଏଡଲିନ୍ଙ୍କର ପ୍ରଥମ ଜନ୍ମଦିନରେ ହୋଇଥିଲା । ଫଟୋରେ କୁନି ପିଲାଟି ପୂରା ନିଜ ମାଆ ପରି ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିଥିଲା । ଜେମ୍ସ ନିଜର ଛୋଟ ପରି ସହ ସେମିତି ପୋଜ୍ରେ ଫଟୋ ଉଠାଇ ଥିଲେ , ଯେମିତି ନିଜ ପତ୍ନୀଙ୍କ ସହ ଉଠାଇଥିଲେ । ଜେମ୍ସ ଏହି ଫଟୋକୁ ଇନଷ୍ଟାଗ୍ରାମରେ କ୍ୟାପସନ ଦେଇ ପୋଷ୍ଟ କରିଥିଲେ । ଏବେ ଏହି ଫଟୋ ଖୁବ୍ ଭାଇରାଲ ହେଉଛି।
Powered by Froala Editor