ଖାଇବା ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ, ସୁସ୍ଥ ରହିବ ଶରୀର
![ଖାଇବା ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ, ସୁସ୍ଥ ରହିବ ଶରୀର](https://odishanewslens.com/news_gallery/5525_1630481580.jpg)
ଖାଦ୍ୟ ଜୀବନର ଏକ ମୁଖ୍ୟ ଉସô ହୋଇଥାଏ । କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନରେ ଅମେ ଖାଦ୍ୟକୁ ଗୁରୁତ୍ୱ ଦେଇନଥାଉ । ତରବରରେ ଖାଇ ନିଜ କର୍ମ କ୍ଷେତ୍ରକୁ ବାହାରି ଯାଇଥାଉ । ସେଥିପାଇଁ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଖାଦ୍ୟ ଖାଇବାର ମଧ୍ୟ ତରିକା ରହିଛି । ଯାହାଦ୍ୱାରା ଶରୀରକୁ ଠିକ ଭାବେ ପୋଷଣ ମିଳିବା ସହିତ ଶରୀର ରୋଗମୁକ୍ତ ରହିଥାଏ । ଯେମିତିକି ଭୋକ କିମ୍ବା ଶୋଷ ଲାଗିଲେ ପାକସ୍ଥଳୀ ମସ୍ତିଷ୍କକୁ ବାର୍ତ୍ତା ଦେବାକୁ ୨୦ ମିନିଟ ସମୟ ନେଇଥାଏ । ତେଣୁ ଶୀଘ୍ର ଖାଇବା ଦ୍ୱାରା ଆମେ ଅଧିକ ଖାଇ ଦେଇଥାଉ । ଯାହା ଫଳରେ ଓଜନ ବୃଦ୍ଧି ଭଳି ସମସ୍ୟା ଦେଖା ଦେଇଥାଏ । ଶୀଘ୍ର ଖାଇବା ଦ୍ୱାରା ଗ୍ୟାସ, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଖାଦ୍ୟ ଖାଇଲା ବେଳେ ସର୍ବଦା ଭଲ ଭାବରେ ବସି ଖାଦ୍ୟ ଖାଇବା ଉଚିତ୍ । ଖାଦ୍ୟକୁ ଚୋବାଇ ଖାଇବା ଦ୍ୱାରା ଏହା ଲାଳ ସହ ମିଶି ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ଓ ଖାଦ୍ୟରେ ଥିବା ପୋଷଣ ସଠିକ ଭାବେ ଶରୀରକୁ ଯାଇଥାଏ । ଖାଦ୍ୟ ଖାଇଲା ବେଳେ ଛିଡା ହୋଇ ଖାଇବା ଉଚିତ୍ ନୁହେଁ । ଏହା ସହିତ ଟିଭି କିମ୍ବା ଲାପଟପ ଆଗରେ ବସି ମଧ୍ୟ ଖାଇବା ଉଚିତ୍ ନୁହେଁ । ଖାଇବା ସମୟରେ ଏହି ସବୁ ଦିଗ ଉପରେ ଧ୍ୟାନ ଦେଲେ ଶରୀର ସୁସ୍ଥ ରହିଥାଏ ।
Powered by Froala Editor