ପୁଣି ନୂଆ ଇତିହାସ ରଚିଛି ଭାରତ, ଗୋଟିଏ ଦିନରେ ଏକ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଇିଛି ଟିକା

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ପୁଣି ନୂଆ ଇତିହାସ ରଚିଛି ଭାରତ । ମଙ୍ଗଳବାର ଗୋଟିଏ ଦିନରେ ପୁନର୍ବାର ଏକ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଇିଛି କୋଭିଡ ଟିକା । ଏହାସହ ଟୀକାକରଣର ନୂଆ ରେକର୍ଡ କରିଛି ଭାରତ ।
ଏହାପୂର୍ବରୁ ୨୭ ଅଗଷ୍ଟ ଗୋଟିଏ ଦିନରେ ୧.୦୯ କୋଟି ଟୀକାକରଣ ସହ ଦେଶରେ ସୃଷ୍ଟି ହୋଇଥିଲା ରେକର୍ଡ । ହେଲେ ଆଜି ଏହି ସଂଖ୍ୟା ପୁଣି ରେକର୍ଡ ଭାଙ୍ଗିଛି । ଏହି ଉପଲବ୍ଧି ଉପରେ ଖୁସି ଜାହିର କରି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ଲେଖଇଛନ୍ତି, ଦେଶ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ #SabkoVaccineMuftVaccine ଅଭିଯାନ ୧.୦୯ କୋଟିରୁ ଅଧିକ ଡୋଜର ଟୀକାକରଣ ହୋଇ ନୂତନ ରେକର୍ଡ ସୃଷ୍ଟି କରିଛି । ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏନେଇ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
Powered by Froala Editor