ଏଥର ମୌସୁମୀରେ କାଚିବ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮ ପ୍ରତିଶତ ହେବାର ସମ୍ଭାବନା ରହିଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ପୂର୍ବରୁ ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିକହିଥିଲା ଯେ, ଭାରତର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏଥା ଜୁନରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ୧୦୩ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଜୁନ ମାସରେ ୧୭୭ ମିମି ଏବଂ ଜୁଲାଇରେ ୨୭୭ ମିମି ବର୍ଷା ହେବ । ଅଗଷ୍ଟରେ ୨୫୮ ମିମି ଏବଂ ସେପ୍ଟେମ୍ବରରେ ୧୯୭ ମିମି ବର୍ଷା ହେବ ବୋଲି ସ୍କାଇମେଟ କହିଥିଲା । ପ୍ରାରମ୍ଭିକ ସ୍ଥିତିରେ ପୂର୍ବ ଭାରତ ଏବଂ ମଧ୍ୟ ଭାରତରେ ମୌସୁମୀ ସ୍ୱାଭାବିକ ରହିବ ଏବଂ ଭଲ ବର୍ଷା ହେବ । ଜୁଲାଇରେ କର୍ଣ୍ଣାଟକ ଏବଂ ପଶ୍ଚିମ ରାଜସ୍ଥାନରେ ଅପେକ୍ଷାକୃତ କମ୍ ବୃଷ୍ଟିପାତ ହେବ । ତେବେ ଦେଶବ୍ୟାପୀ ଭଲ ବର୍ଷା ହେବ ଏବଂ ଏହା ସ୍ୱାଭାବିକ ବୃଷ୍ଟିପାତଠାରୁ ଅଧିକ ରହିବ ବୋଲି କୁହାଯାଇଥିଲା ।