ମାଟିରେ ମିଶିିବ ସୁପରଟେକ୍ ଏମେରାଲ୍ଡ ଟ୍ୱିନ୍ ଟାୱାର

ନୋଏଡା ସ୍ଥିତ ୪୦ ମହଲା ବିଶିଷ୍ଟ ସୁପରଟେକ୍ ଏମେରାଲ୍ଡ ଟ୍ୱିନ୍ ଟାୱାରକୁ ତିନି ମାସ ଭିତରେ ଭାଙ୍ଗିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟାୱାରକୁ ଭାଙ୍ଗିବାକୁ କୋର୍ଟ ୩ ମାସର ସମୟ ଦେଇଛନ୍ତି । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର୍ ଶାହଙ୍କ ବେଞ୍ଚ୍ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହା ନୋଏଡା ଅଥରିଟି ଓ ସୁପଟେକ୍ କନଷ୍ଟ୍ରକ୍ସନ୍ କମ୍ପାନିର ମିଳିତ ସହଯୋଗରେ ବେଆଇନ ଭାବେ ଗଢା ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି ।
ପ୍ରତି ଟାୱାରରେ ୧ହଜାର ଲେଖାଏଁ ଫ୍ଲାଟ୍ ରହିଛି । ତେବେ ଏଗୁଡିକୁ କିଣିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଅର୍ଥ ସମ୍ପୃକ୍ତ ବିଲ୍ଡର ଫେରାଇବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ବ୍ୟତୀତ ଟାୱାର ଭାଙ୍ଗିବା ସମୟରେ ଯେପରି ଅନ୍ୟ କୌଣସି ବିଲ୍ଡିଂର କ୍ଷତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୋର୍ଟ ତାଗିଦ୍ କରିଛନ୍ତି ।
ପରିବେଶ ସୁରକ୍ଷା ଦୃଷ୍ଟିରୁ ଏପରି ଟାୱାରକୁ ମଞ୍ଜୁରୀ ନଥିବାବେଳେ ନୋଏଡା ଅଥରିଟି ଓ ବିଲ୍ଡର ମିଳିତ ଭାବେ ଏହାକୁ ନିର୍ମାଣ କରିଥିଲେ । ଟ୍ୱାୱାର ନିର୍ମାଣର ପ୍ରତି ପ୍ରକ୍ରିୟାରେ ନିୟମ ଭଙ୍ଗାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହାକୁ ଭାଙ୍ଗିବାକୁ ୨୦୧୪ରେ ଆହ୍ଲାବାଦ ହାଇକାର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି ।
ଜଷ୍ଟିସ ଚନ୍ଦ୍ରଚୂଡ଼ ଏହି ରାୟ ଶୁଣାଶି ବେଳେ କହିଛନ୍ତି ଯେ ନୋଏଡା ପ୍ରାଧିକରଣ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏହି ଫ୍ଲାଟ୍ ନିର୍ମାଣ ହୋଇଛି, ଯାହାର ମଞ୍ଜୁରୀର ଯୋଜନା ଆରଡବ୍ଲ୍ୟୁକୁ ଜଣାନଥିଲା। ଏହି ମାମଲାରେ ନିର୍ମାଣ ଯୋଜନାର ସିଧାସଳଖ ଉଲ୍ଲଂଘନ କରାଯାଇଛି।
Powered by Froala Editor