କୋହଳ ହେଲା କଟକଣା, ଜାଣନ୍ତୁ ନିୟମାବଳୀ
ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡ଼ଲାଇନ ଜାରି କରିଛନ୍ତି । ତେବେ ପୂର୍ବାପେକ୍ଷା ଅନେକ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଅପରପକ୍ଷରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତି ନିଆଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ସେପ୍ଟେମ୍ବର ଗାଇଡଲାଇନ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତିଯେ, ସେପ୍ଟେମ୍ବର ୧, ସକାଳ ୬ଟାରୁ ଅକ୍ଟୋବର ପହିଲା ସକାଳ ୬ଟା ପର୍ଯ୍ୟନ୍ତ ଏହି ଗାଇଡ଼ଲାଇନ କାର୍ଯ୍ୟକାରୀ କରାଯିବ । କଂଟେନମେଂଟ ଜୋନରେ କିନ୍ତୁ ପୂର୍ବ କଟକଣା ବଳବତର ରହିବ ।
୧. ସାରା ରାଜ୍ୟରେ ଅନଲକ କରାଯିବ । ଅନଲକ ସମୟରେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ ।
୨. ସହରାଂଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଜାରି ରହିବ ।
୩. କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଉଠାଇ ଦିଆଯାଇଛି । ରାଜ୍ୟର କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ ।
୪. ସାମାଜିକ, ଧାର୍ମିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକମାନେ ଏକାଠି ହୋଇପାରିବେ ନାହିଁ ।
୫. ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦି ବନ୍ଦ ରହିବ ।
୬. କୋଭିଡ଼ ଗାଇଡ଼ଲାଇନ ଅନୁସାରେ ଅଡ଼ିଟୋରିୟମ, ସମ୍ମିଳନୀ କକ୍ଷରେ ସରକାରୀ ବୈଠକ କରାଯାଇପାରିବ । ହେଲେ ସାମାଜିକ, ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସଭା କରାଯାଇପାରିବ ନାହିଁ ।
୭. ବାହାଘର, ବ୍ରତଘର, ଅନ୍ତ୍ୟେଷ୍ଟି ଭଳି କାର୍ଯ୍ୟକ୍ରମରେ ୨୫୦ ଜଣ ସାମିଲ ହୋଇପାରିବେ । ଅତିଥି, ପୂଜାରୀ ଓ ଆୟୋଜକଙ୍କ ସମେତ ୨୫୦ ଜଣଙ୍କୁ ଅମୁତି ମିଳିବ । ସେଠାରେ କୋଭିଡ଼ ଗାଇଡ଼ଲାଇନ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।
୮. ବାହାଘର ଶୋଭାଯାତ୍ରାକୁ ଅନୁମତି ମିଳିବ । ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଏଥିପାଇଁ ଅନୁମତି ମିଳିବ । ବରକନ୍ୟା, ପୂଜାରୀ, ବନ୍ଧୁ, ଆତ୍ମୀୟସ୍ୱଜନ, ବ୍ୟାଣ୍ଡପାର୍ଟି ଓ ଲାଇଟ ସାଉଣ୍ଡ ସମସ୍ତଙ୍କୁ ମିଶାଇ ୫୦ ମଧ୍ୟରେ ସୀମିତ ରହିବ ।
୯. ସରକାରଙ୍କ ପୂର୍ବ ଗାଇଡ଼ଲାଇନ ଅନୁସାରେ ସମସ୍ତ ଧାର୍ମିକ ଉତ୍ସବ ଓ ପର୍ବ ପାଳନ କରାଯିବ ।
Powered by Froala Editor