ଆଜି ରାଜ୍ୟରେ ୬୩୮ କାରାନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୬୭ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭୧ ରହିଛି । ସୂଚନା ଓ ଳୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୨୩, ବରଗଡରୁ ୬, ଭଦ୍ରକରୁ ୧୨, ବୌଦ୍ଧରୁ ୧୨, କଟକରୁ ୫୭, ଦେବଗଡରୁ ୧୧, ଢେଙ୍କାନାଳରୁ ୧୦, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୪, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୨୧, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୬୦, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୨୦, ନୟାଗଡରୁ ୭, ନୂଆପଡାରୁ ୨, ପୁରୀରୁ ୨୧, ରାୟଗଡାରୁ ୭, ସମ୍ବଲପୁରରୁ ୭, ସୁନ୍ଦରଗଡରୁ ୧୯ ଓ ରାଜ୍ୟପୁଲରୁ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୭୭୫୦ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୧୦ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor