ବୋର୍ଡକୁ ଦମ ଦେଖାଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଏହି ଛାତ୍ର
ଭୁବନେଶ୍ୱର : ଚଳିତ ବର୍ଷ କରୋନା ପାଇଁ ମାଟ୍ରିକ ପରୀକ୍ଷା ହୋଇପାରିନଥିଲା । ଫଳରେ ନବମ ଓ ଦଶମ ପ୍ରାକ୍ଟିସ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ପାଶ ହାର ହେଉ ଅବା ମାର୍କରେ ରେକଡର଼୍ ସୃଷ୍ଟି ହୋଇଥିଲେବି ବୋଡର଼୍ର କେତେକ ମୂଲ୍ୟାୟନ ମାପଦଣ୍ଡ ଯୋଗୁଁ କେତେକ ଛାତ୍ରଛାତ୍ରୀ ଆଶାନୁରୂପକ ମାର୍କ ରଖିବାରୁ ବଂଚିତ ହୋଇଥିଲେ । ପିଲାଙ୍କର ଦକ୍ଷତା ଅପେକ୍ଷା ସ୍କୁଲର ପୂର୍ବବର୍ଷର ଫଳାଫଳକୁ ଅନୁଶୀଳନ କରାଯାଇଥିଲା । ତେବେ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବାବେଳେ ଜଣେ ଛାତ୍ର ବୋଡର଼୍କୁ ନିଜର ଦମ ଦେଖାଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।
ସେହି ଛାତ୍ର ଜଣଙ୍କ ହେଉଛନ୍ତି ହରିଶ ଚନ୍ଦନ । ଉମରକୋଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସେ ପାଠ ପଢୁଥିଲେ । ତେବେ ମାଟ୍ରିକ ପରୀକ୍ଷାରେ ତାଙ୍କୁ ମାତ୍ର ୬୫.୫% ନମ୍ବର ମିଳିଥିଲା । ତେବେ ଅଫଲାଇନ ପରୀକ୍ଷାରେ ତାଙ୍କୁ ମିଳିଛି ୫୭୩ ନମ୍ବର । ଅର୍ଥାତ ସେ ୯୫.୫% ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ଫଳରେ ସେ ବୋଡର଼୍ର ମୂଲ୍ୟାୟନରେ ତ୍ରୁଟି ଥିବା ପ୍ରମାଣିତ କରିଦେଇଛନ୍ତି । ଭବିଷ୍ୟତରେ ସେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ବାପା ହୃଷିକେଶ ସାହୁ ଜଣେ ଶିକ୍ଷକ ହୋଇଥିବାବେଳେ ତାଙ୍କ ମା’ ମମତା ସାହୁ ଜଣେ ଗୃହିଣୀ ।
Powered by Froala Editor