ମରାମତି ବେଳେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ୍
୧୬ ନଂ ଜାତୀୟ ରାଜପଥ ଧାମନଗର ଛକ ଓଭରବ୍ରିଜ ଉପରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ । ସିମେଣ୍ଟ ଲୋଡ କରି ଆସୁଥିବା ବେଳେ ଗାଡି ଖରାପ ହୋଇଥିଲା ଓ ମରାମତି ବେଳେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ତେବେ ଟ୍ରକର କର୍ମଚାରୀ ସୁରକ୍ଷିତ ରହିଛନ୍ତି ।
ଟ୍ରକଟି କଟକରୁ ସିମେଣ୍ଟ ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଧାମନଗର ଛକ ନିକଟରେ ସମସ୍ୟା ଯୋଗୁଁ ଅଟକି ରହିଥିଲା। ଟ୍ରକ ଡାଇଭର ଗାଡି ଅଟକାଇ ମରାମତି କରୁଥିବା ସମୟରେ ହଠାତ୍ କେବିନ୍ ଭିତରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡ ଫଳରେ ଟ୍ରକଟିର ଆଗପଟ ବହୁ ମାତ୍ରାରେ ଜଳିଯାଇଥିବା ଜଣାଯାଇଛି । ଖବରପାଇ ନିକଟସ୍ତ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର୍ରର କର୍ମଚାରୀ ମାନେ ପାଣି ପକାଇ ଗାଡିଟି ସମ୍ପୂର୍ଣ୍ଣ ଜଳିବାରୁ ରକ୍ଷା କରିଥିଲେ । ତେବେ ଗାଡିରେ ଲୋଡ ହୋଇଥିବା ସିମେଂଟ ସୁରକ୍ଷିତ ଥିବା ଜଣାଯାଇଛି ।
Powered by Froala Editor