ମାଛ ଧରିବା ବେଳେ ଜାଲରେ ପଡିଲା ଥଣ୍ଟିଆ କୁମ୍ଭୀର ଛୁଆ

ମାଛ ଧରିବା ବେଳେ ଜାଲରେ ପଡିଛି ଥଣ୍ଟିଆ କୁମ୍ଭୀର ଛୁଆ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଅମେଇପାଳ ପଞ୍ଚାୟତର ସାମଯୋରୀ ନିକଟ ପାଇକା ନଦୀରୁ ଏହି ବିରଳ ପ୍ରଜାତିର କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି । ଖବର ପାଇ ବନ ବିଭାଗ ଆଜି ସାମଯୋରି ଗ୍ରାମକୁ ଯାଇ କୁମ୍ଭୀର ଛୁଆକୁ ଉଦ୍ଧାର କରିଛି । କୁମ୍ଭୀର ଛୁଆଟିର ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ପରିକ୍ଷା କରି ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି ବନ ବିଭାଗ କହିଛି।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ସାମଯୋରି ଗାଁର ସିଟୁ ପାଇକା ନଦୀରେ ମାଛ ଧରୁଥିବା ବଳେ ତାଙ୍କ ଭଉଁରି ଜାଲରେ ଏହି କୁମ୍ଭୀର ଛୁଆଟି ପଡ଼ିଥିଲା। ଏହାକୁ ସ୍ଥାନୀୟ ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର କରି ଜମ୍ବୁ ବନ ବିଭାଗକୁ ଖବର ଦେଇଥିଲେ ।
Powered by Froala Editor