ନୃଶଂସ କାଣ୍ଡ : ଯୁବତୀଙ୍କୁ ଅଖାରେ ବାନ୍ଧି ଫିଙ୍ଗିଦେଲେ
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ନିକଟ ଋଷିକୁଲ୍ୟା ନଦୀରୁ ଶନିବାର ଦିନ ଅଖା ଭିତରେ ପଥର ସହ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବତୀଙ୍କ ଗଳିତ ଶବ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ହେଲେ ମୃତକଙ୍କ ପରିଚୟ ଏଯାବତ ମିଳିନି । ସକାଳେ ନଦୀରେ ଏକ ଜରିଅଖା ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଗଞ୍ଜାମ ଥାନା ପୁଲିସକୁ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ.ପି.ଠାକୁର ପ୍ରସାଦ ପାତ୍ରଙ୍କ ସମେତ ଗଞ୍ଜାମ , ଛତ୍ରପୁର, ଚମାଖଣ୍ଡି ଥାନାଧିକାରୀ ପ୍ରମୁଖ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ସହ ବେକରେ କଳାଦାଗ ମଧ୍ୟ ରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ଗଞ୍ଜାମ ଥାନାରେ କେସ ନମ୍ବର ୧୪୯ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି ।
Powered by Froala Editor