୨୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୨୪ ଜଣ ନକ୍ସଲ ସହ ୭୬ ଜଣ ନକ୍ସଲ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୨୪ ଜଣ ନକ୍ସଲଙ୍କୁ ଏସପି ସ୍ବାଗତ କରିବା ସହ ଆଗାମୀ ଦିନରେ ସମସ୍ତ ସୁବିଧାସୁଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ। ଏସପି ଗ୍ରାମବାସୀଙ୍କୁ ବୁଝାଇଥିଲେ ଯେ ନକ୍ସଲବାଦ ଯୋଗୁଁ ହିଁ ଆମର ଉନ୍ନତି ହୋଇପାରୁନାହିଁ। ନକ୍ସଲଙ୍କୁ ସମର୍ଥନ କରିବା ବନ୍ଦ କରନ୍ତୁ। ସରକାରଙ୍କୁ ସହଯୋଗ କଲେ ଆପଣଙ୍କ ନିକଟରେ ସ୍କୁଲ,କଲେଜ,ଅଂଗନବାଡି ଇତ୍ୟାଦି ପହଞ୍ଚିପାରିବ।ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ଏସପି ଓମ ଚନ୍ଦଲ, ଡିଏସପି ଶ୍ୟାମ ମଧୁକର,ଏସଡିଓପି ପରମେଶ୍ବର ତିଲକଵାର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବିକାଶ କାର୍ଯ୍ୟରେ ସମସ୍ତ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ଗତକାଲି ଠାରୁ ଗ୍ରାମବାସୀ ଦୁର୍ଗମ ଅଂଚଳରୁ ବାହାରି ସିରସିଟି ଗ୍ରାମରେ ପହଞ୍ଚିଥିଲେ। ପରେ ପୁଲିସ ନିଜ ଗାଡିରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ସମସ୍ତଙ୍କୁ ଆଣିଥିଲା।
Powered by Froala Editor