ଆଜିଠୁ ସିପିଇଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଥିବା ସ୍ନାତକୋତ୍ତର ବିଭାଗ ଗୁଡ଼ିକରେ ନାମ ଲେଖିବା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଆଜିଠୁ ଆରମ୍ଭ ହେବ । ଯାହା ସେପ୍ଟେମ୍ବର ୩ ତାରିଖରେ ସରିବ । ଏଥିପାଇଁ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ପୀକରଣ କରିଥିବା ସାମସ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ ରେ ସରିବ । ଦ୍ୱିତୀୟ ସିଟିଂ ୧୨ଟା ୩୦ ରୁ ଆରମ୍ଭ ହୋଇ ୨ଟାରେ ସରିବ ଏବଂ ତୃତୀୟ ସିଟିଂ ୩ ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ସରିବ । ଅକ୍ଟୋବର ୧୨ ତାରିଖରେ ବିଭାଗ ଅନୁଯାୟୀ ରାଜ୍ୟସ୍ତରୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚଏସ ଫିଲିଂ କରିପାରିବେ । ୨୨ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ ଆଲଟମେଣ୍ଟ ପ୍ରକାଶ ପାଇବ । ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଫି'ଦାଖଲ କରିବେ । ନଭେମ୍ବର ୧୨ ତାରିଖ ସୁଦ୍ଧା ନାମଲେଖା ପ୍ରକି୍ରୟା ସରିବ ବୋଲି ସାମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Powered by Froala Editor