Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ...

  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ...

  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ମାସକରେ ୧୫ ହଜାର ଖସିଲାଣି ସୁନା

  • ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ...

  • ହ୍ରାସ ହେଲା ବାଣିଜ୍ୟିକ ଏଲପିଜି ...

  • ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ...

  • ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ...

ରାଜ୍ୟ
Home ›› ରାଜ୍ୟ ››ସୋଆ ପକ୍ଷରୁ “ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

ସୋଆ ପକ୍ଷରୁ “ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ

2021-04-15 11:33:37
14372
Share:
Facebook
Twitter
E-Mail
WhatsApp
Telegram
ସୋଆ ପକ୍ଷରୁ “ସାରୋଳଦାସ ମହାଭାରଥ’ର ପାଠ ଆଧାରିତ ସଂସ୍କରଣ ପ୍ରକାଶିତ
ଭୁବନେଶ୍ୱର : ପଂଚଦଶ ଶତାବ୍ଦୀର ଆଦିକବି ସାରଳା ଦାସଙ୍କ ଦ୍ୱାରା ରଚିତ "ସାରୋଳଦାସ ମହାଭାରଥ " ମହାକାବ୍ୟର ଦୁଇଟି ପର୍ବର ପାଠ ଆଧାରିତ ସଂସ୍କରଣ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ୟୁନିଭର୍ସିଟି) ଦ୍ୱାରା ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଲୋକାର୍ପିତ ହୋଇଯାଇଛି । ଆଦିକବି ଭାବେ ପରିଚିତ ସାରଳା ଦାସଙ୍କ ଏହି ମହାକାବ୍ୟରୁ ଆଧାରିତ ଶେଷ ଦୁଇଟି ପର୍ବ "ମୁସଳୀ ' ଏବଂ "ସ୍ୱର୍ଗାରୋହଣ ' ସଂସ୍କରଣର ଲୋକାର୍ପଣ ବିଶିଷ୍ଟ ଶିକ୍ଷାବିତ ତଥା ଭାଷାବିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ୱାରା ସୋଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ସୋଆର ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ସାରଳା ଦାସଙ୍କର ଏହି ମହାକାବ୍ୟ ସେ ସମୟର ଜନଜୀବନର ଏକ ଚିତ୍ର ପ୍ରଦାନ କରେ ବୋଲି କହିଥିଲେ । ଏହା ସୋଆର ଏକ ଉଚ୍ଚ କୋଟୀର କାର୍ଯ୍ୟ ବୋଲି ଅବିହିତ କରି ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏହାର ଡିଜିଟାଲ୍ ସଂସ୍କରଣର ମଧ୍ୟ ଉନ୍ମୋଚନ କରିଥିଲେ । ଏହି ମହାକାବ୍ୟର ୧୮ଟି ପର୍ବର କ୍ରିଟିକାଲ ଏଡିସନ ଅର୍ଥାତ୍ ପାଠ ଆଧାରିତ ସଂସ୍କରଣ ମଧ୍ୟ ଆଗାମୀ ଦିନରେ ପ୍ରକାଶନ କରାଯିବ । ସୋଆର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଡ. ପଟ୍ଟନାୟକ କହିଥିଲେ ଯେ ଯଦିଓ ଏହା ଏକ କଷ୍ଟକର କାର୍ଯ୍ୟ ତେବେ ସାରଳା ଦାସଙ୍କର ଏହି ବିଶାଳ କାର୍ଯ୍ୟକୁ ବିଶ୍ୱବାସୀଙ୍କ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି । ଏଥି ସହିତ ସେ ସାରଳା ଦାସଙ୍କ ଜନ୍ମସ୍ଥାନ ଏବଂ କେଉଁ ଶତାବ୍ଦୀରେ ସେ ଜନ୍ମ ହୋଇଥିଲେ ସେ ନେଇ ଅଧିକ ଗବେଷଣା କରିବା ଦରକାର ବୋଲି କହିଥିଲେ । ଆଦିକବି ସାରଳା ଦାସ ନବମ-ଦଶମ ଶତାବ୍ଦୀ ସମୟରେ ନା ପଂଚଦଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିଲେ ଓ କାର୍ଯ୍ୟ କରିଥିଲେ ତାହା ବର୍ତମାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଥିଲେ । ପ୍ରଫେସର ଗୌରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ଡ. ଭାଗ୍ୟଲକ୍ଷ୍ମୀ ମଲ୍ଲଙ୍କୁ ନେଇ ଗଠିତ ତିନି ଜଣିଆ ସମ୍ପାଦକୀୟ ମଣ୍ଡଳୀ ଏହି କ୍ରିଟିକାଲ୍ ଏଡିସନ ଅର୍ଥାତ୍ ପାଠ ଆଧାରିତ ସଂସ୍କରଣର ସମ୍ପାଦନା କରିଛନ୍ତି । ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ଲେଖକ ଡ. ଅସିତ ମହାନ୍ତି ଓ ବିପିୟୁଟିର ପୂର୍ବତନ କୂଳପତି ତଥା ଲେଖକ ପ୍ରଫେସର ଓଁକାରନାଥ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ । ସମ୍ପାଦକୀୟ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୌରାଙ୍ଗ ଚରଣ ଦାସ କହିଥିଲେ ଯେ ସାରଳା ଦାସଙ୍କୁ ପଂଚଦଶ ଶତାବ୍ଦୀର କବି ଭାବେ ସାଧାରଣତଃ ଗ୍ରହଣ କରାଯାଏ ଏବଂ ତାଙ୍କ ଦ୍ୱାରା ଲିଖିତ "ବିଚତ୍ର ରାମାୟଣ\' ଏବଂ \"ଚଣ୍ଡୀ ପୁରାଣ\'ର ପୋଥି ମଧ୍ୟ ଉପଲବ୍ଧ । "ମହାଭାରଥ " ୧୮୯୮ ଏବଂ ୧୯୨୭ ମଧ୍ୟରେ ୪ ଟି ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଏହା ୧୯୬୦ ଦଶକରେ ବିଶିଷ୍ଟ ଓଡ଼ିଆ ଶିକ୍ଷାବିତ ସ୍ୱର୍ଗତ ଆର୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ହୋଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ସମ୍ପାଦକୀୟ ମଣ୍ଡଳୀ ଉନବିଂଶ ଶତାବ୍ଦୀର ୨୦ଟି ପାଣ୍ଡୁଲିପିକୁ ରାଜ୍ୟ ସଂଗ୍ରାହାଳୟ, ଜାତୀୟ ସଂଗ୍ରହାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସଂଗ୍ରହ କରିଛନ୍ତି । ଏହି ନୂଆ ସଂସ୍କରଣଟିରେ ୫୦୦ ରୁ ୬୦୦ ବର୍ଷ ପୁରାତନ ଶବ୍ଦ ବ୍ୟବହାର କରାଯିବ ସହ ଗଭୀର ବିଶ୍ଳେଷଣ କରାଯାଇ ପ୍ରସ୍ତୁତ କରାଯାଇଛି । ଡିଜିଟାଲ ସଂସ୍କରଣରେ ଯେଉଁ ହସ୍ତଲିପି ବ୍ୟବହାର କରାଯାଇଛି ତାହା ପାଠକ ମାନଙ୍କୁ ନିଜେ ନିଜର ଲେଖା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ ବୋଲି ପ୍ରଫେସର ଦାସ କହିଛନ୍ତି । ଡ. ଅସୀତ ମହାନ୍ତି ପ୍ରକାଶନ ସମ୍ପର୍କରେ ଅଧିକ ଆଲୋଚନା କରିବା ସହ ସୋଆର ଏହି ପଦକ୍ଷେପ ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ । ବିଶିଷ୍ଟ ଓଡ଼ିଆ ଲେଖକ ତଥା ଗବେଷକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କର ଏହି ମହାକାବ୍ୟକୁ ନେଇ ଲେଖିଥିବା ସନ୍ଦର୍ଭ ସମ୍ପର୍କରେ ଆଲୋଚନା କରି ଡ. ମହାନ୍ତି କହିଥିଲେ ଯେ ଆମେ ଏହି କବିଙ୍କ ସମ୍ପର୍କରେ ଅଧିକ ଜାଣିବାର ଆବଶ୍ୟକତା ରହିଛି । ପ୍ରଫେସର ମହାନ୍ତି ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କର କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ୧୯୫୬ରୁ ୧୯୫୮ ମଧ୍ୟରେ ସେ ସାରଳା ଦାସଙ୍କ ସମ୍ପର୍କରେ ୯ଟି ସନ୍ଦର୍ଭ ଲେଖିଥିଲେ । ସେ ପାଣ୍ଡୁଲିପିରେ ଥିବା ଏହି ମହାକାବ୍ୟର ୧୦୦ଟି ପୃଷ୍ଠାକୁ ଇଂରାଜୀରେ ଅନୁବାଦ କରିଥିଲେ ବୋଲି ପ୍ରଫେସର ମହାନ୍ତି କହିଥିଲେ । ସୋଆ ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ସୋଆର ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Tags soa university ,

Related articles Odisha News Lens 4.1

  • ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା
    ଦେଶ-ଦେଶାନ୍ତର

    ଜମ୍ମୁ-କଶ୍ମୀରରେ ୧୪ ଦିନ ସ୍କୁଲ୍ ବନ୍ଦ ଘୋଷଣା

    14806
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ
    ବାଣିଜ୍ୟ

    ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15135
    Jun 30, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା
    ବାଣିଜ୍ୟ

    ମାସକରେ ୧୫ ହଜାର ଖସିଲାଣି ସୁନା

    13919
    Jul 01, 2026
  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ
    ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    14900
    Jul 01, 2026
  • ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠଙ୍କ ଦାୟିତ୍ୱ ଗ୍ରହଣ
    ଦେଶ-ଦେଶାନ୍ତର

    ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠଙ୍କ ଦାୟିତ୍ୱ ଗ୍ରହଣ

    14119
    Jun 30, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା : ୭ ଜଣଙ୍କ ମୃତ୍ୟୁ

    14451
    Jul 01, 2026
  • ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ଆକ୍ରମଣ, ୩୬ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ଆକ୍ରମଣ, ୩୬ ମୃତ

    14236
    Jun 30, 2026
  • YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ
    ଦେଶ-ଦେଶାନ୍ତର

    YouTube ଦେଖି ଘରେ ପ୍ରସବ, ଚାଲିଗଲା ମହିଳାଙ୍କ ଜୀବନ

    13350
    Jul 01, 2026
  • ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି
    ଦେଶ-ଦେଶାନ୍ତର

    ଗିରଫ ହେଲେ ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲି

    15237
    Jul 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15135
    Jun 30, 2026
  • ଦେଶ-ଦେଶାନ୍ତର

    କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    14900
    Jul 01, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ଆକ୍ରମଣ, ୩୬ ମୃତ

    14236
    Jun 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16958
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17570
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17620
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18017
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14165
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14224
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15848
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15720
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15361
    Jun 22, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15135
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15692
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13795
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14896
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠଙ୍କ ଦାୟିତ୍ୱ ଗ୍ରହଣ

    14119
    Jun 30, 2026
  • କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗ ସାମୟିକ ଭାବେ ବନ୍ଦ

    14900
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15135
    Jun 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In