ଅକ୍ଟୋବରକୁ ପିକରେ ରହିବ ତୃତୀୟ ଲହର, ୪ ଲକ୍ଷ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର : ତୃତୀୟ ଲହର ମାଡ଼ି ଆସୁଛି । ସେପ୍ଟେମ୍ବରରୁ ମଧ୍ୟ ତୃତୀୟ ଲହର ଆସିଯିବ । ଅକ୍ଟୋବର ବେଳକୁ ଏହା ପିକରେ ପହଁଚିଯିବ । ଏହାର ପ୍ରଭାବ ପୂର୍ବାପେକ୍ଷା ବି ଭୟଙ୍କର ରହିବାର ଆଶଙ୍କା ରହିଛି । ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଫଳରେ ଏବେ ଲୋକଙ୍କ ମନରେ କରୋନା ଭୟ ଖେଳିଯାଇଛି ।
ଅପରପକ୍ଷରେ ଏଭଳି ସ୍ଥିତିରେ ବିଶେଷଜ୍ଞମାନଙ୍କ ମତାମତ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି । ଆଇଆଇଟି କାନପୁରର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ମହିନ୍ଦ୍ରା ଅଗ୍ରୱାଲ କହିଛନ୍ତିଯେ, କରୋନାର ତୃତୀୟ ଲହରର ସମ୍ଭାବନା କମ ରହିଛି । ନିଜର ଗାଣିତିକ ମଡେ଼ଲ ଆଧାରରେ ସେ ଏହା କହିଛନ୍ତି । ଟିକାକରଣ ଯୋଗୁଁ ଉତରପ୍ରଦେଶ, ବିହାର, ଦିଲ୍ଲୀରେ ସଂକ୍ରମଣ କମି ଯାଇଥିବାବେଳେ ଉତରପୂର୍ବାଂଚଳ ରାଜ୍ୟ, ତାମିଲନାଡୁ, ତେଲେଙ୍ଗାନା ଓ କେରଳରେ ସଂକ୍ରମଣ ହେବ ।
ତେବେ ତୃତୀୟ ଲହରରେ ପିଲାମାନେ ସଂକ୍ରମିତ ହେବେ । ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁବାର ଆଶଙ୍କା ଥିବାବେଳେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହେବାର ଆଶଙ୍କା କରାଯାଉଛି । ଏଥିପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ପିଲାମାନଙ୍କର ଚିକିତ୍ସା ନିମନ୍ତେ ଶିଶୁ ବିଶେଷଜ୍ଞମାନେ ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ୱାଡର଼୍ର ବ୍ୟବସ୍ଥା କରିବାକୁ କୁହାଯାଇଛି । ପ୍ରତି ୱାଡର଼୍ରେ ଯେଭଳି ଜଣେ ଆଟେଂଡାଂଟ ରହିବେ ତାହାର ବ୍ୟବସ୍ଥା କରାଯିବ । ଅପରପକ୍ଷରେ ଭେଂଟିଲେଟର ଠାରୁ ନେଇ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏତଦବ୍ୟତୀତ ବହୁବିଧ ରୋଗରେ ପୀଡ଼ିତ ଥିବା ପିଲାମାନଙ୍କର ଟୀକାକରଣ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାଫଳରେ ପିଲାମାନଙ୍କୁ ଗୁରୁତର ହେବାରୁ ରକ୍ଷା କରାଯାଇପାରିବ । ତୃତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଛୋଟ ପିଲାଙ୍କୁ ନେଇ ଏବେ ବାପାମା’ମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।
Powered by Froala Editor