‘ମୋତେ ଦଳରୁ ବାହାର କରିଦିଅ’, କି ଏ କହିଲେ ଜାଣନ୍ତୁ?
ଭୁବନେଶ୍ୱର : ପାରୁଛ ଯଦି ମୋତେ ଦଳରୁ ବାହାର କରିଦିଅ । କଂଗ୍ରେସ ଅନ୍ତଃକନ୍ଦଳକୁ ନେଇ ଏମିତି କ୍ଷୋଭ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ତାରାଙ୍କ ମନ୍ତବ୍ୟ ଏବେ କଂଗ୍ରେସ ଅଳିନ୍ଦରେ ହଇଚଇ ସୃଷ୍ଟି କରିଛି । ନିରଞ୍ଜନଙ୍କର ବୟସ ହୋଇଗଲାଣି, ସେ ଦଳ ଛାଡ଼ିଦିଅନ୍ତୁ ବୋଲି ତାରା କହିଥିଲେ । ଅପରପକ୍ଷରେ କୋରାପୁଟ କନ୍ଦଳ ସମ୍ପର୍କରେ ନିରଞ୍ଜନ କହିଛନ୍ତିଯେ, ଜଣଙ୍କ ପାଇଁ ଦଳରୁ ଅନ୍ୟମାନଙ୍କୁ ବାହାର କରିପାରିବି ନାହିଁ । ବରଂ ମୋତେ ଯଦି କିଏ ପାରୁଛ, ବାହାର କରିଦିଅ । ସଭାପତି ଭାବେ ଦଳକୁ ଶୃଙ୍ଖଳିତ ଭାବେ ଚଳାଇବା ମୋର ଦାୟିତ୍ୱ ବୋଲି ନିରଞ୍ଜନ କହିଛନ୍ତି ।
ସୂଚନାଯୋଗ୍ୟଯେ, ତାରା କହିଥିଲେଯେ, ଦଳ ଚଳାଇବାକୁ ନିରଞ୍ଜନ ପଟ୍ଟନାୟକ ଅଯୋଗ୍ୟ । ଶ୍ରୀ ପଟ୍ଟନାୟକ କଂଗ୍ରେସକୁ ଭୁଶୁଡ଼ାଇ ଦେଇଛନ୍ତି । ଲକ୍ଷ୍ମୀପୁରର ପୂର୍ବତନ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଜାଣିବାକୁ ଚାହିଁବାରୁ ଶ୍ରୀ ପଟ୍ଟନାୟକ ତାଙ୍କୁ ଫୋନ ଯୋଗେ ଯେଭଳି ଅସମ୍ମାନ କଲେ ତାହା ଗ୍ରହଣୀୟ ନୁହେଁ । ଯେଉଁ ଦଳରେ ମା’ମାଟିକୁ ସମ୍ମାନ ନାହିଁ ସେ ଦଳ ତିଷ୍ଠିବା କଷ୍ଟକର । ଏପରିକି ସେ ୭ ଥର ଫୋନ କରିଥିଲେ ମଧ୍ୟ ପିସିସି ସଭାପତି ତାଙ୍କ ଫୋନ ନ ଉଠାଇ ତାଙ୍କୁ ଅପମାନିତ କରିଛନ୍ତି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ବିରୋଧ କରୁନଥିଲେ ହେଁ ସାଂସଦ ତାଙ୍କୁ ଉପେକ୍ଷା କରି ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ନେଇ ତାଙ୍କ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରାଇବାକୁ ଶ୍ରୀ ବାହିନୀପତି ବିରୋଧ କରିଛନ୍ତି ।
Powered by Froala Editor