କୂଅରେ ପଡ଼ି ଶିଶୁ ପୁତ୍ର ମୃତ
ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ନିକଟ ଛତିଆ ଗ୍ରାମରେ ଗତ ସନ୍ଧ୍ୟାରେ ଜଣେ ଶିଶୁ ଖେଳୁଥିବା ସମୟରେ ଘର ପଛ ପଟ କୂଅରେ ଖସି ପଡ଼ିବାରୁ ତାହାର ଶୋଚନୀୟ ମୃତ୍ୟୁ ଘଟିଛି। ଛତିଆ ଗ୍ରାମର ବସନ୍ତ ସିଂହ ଙ୍କ ପୁଅ ଆଦିତ୍ୟ କୁମାର ସିଂହ (୫) ଗତ ସନ୍ଧ୍ୟାରେ ଖେଳୁଥିବା ବେଳେ ଅସାବଧାନତା ବଶତଃ କୂଅରେ ଖସି ପଡ଼ିଥିଲା। ଘର ଲୋକେ ଖୋଜା ଖୋଜି ସମୟରେ ଘଟଣା ସମ୍ପର୍କରେ ଜାଣି ଘରଲୋକେ ଢେଙ୍କିକୋଟ ଫାଣ୍ଡି କୁ ଜଣାଇଥିଲେ। ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ର ଶବ କୁ କୂଅରୁ ଉଦ୍ଧାର କରାଇଥିଲେ।
Powered by Froala Editor