ଏମିତି କହି ସତର୍କ କରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କ’ଣ କହିଲେ ଜାଣନ୍ତୁ?

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଲିବାନକୁ ନେଇ ବିଶ୍ୱ ସମୁଦାୟକୁ ସତର୍କ କରାଇ ଦେଇଛନ୍ତି । ତାଲିବାନ ଏବେ ଯେଉଁ ଶାନ୍ତିର କଥା କହୁଛି ତାହାକୁ ତିଳେମାତ୍ର ବିଶ୍ୱାସ କରିହେବନାହିଁ । ଏହାକୁ କାର୍ଯ୍ୟକୁ ଭଲ ଭାବେ ନିରୀକ୍ଷଣ କରିବାକୁ ପଡ଼ିବ ଏବଂ କୌଣସି ପରିସ୍ଥିତିରେ ବି ତାଲିବାନ ସରକାରକୁ ତରବରିଆ ସ୍ୱୀକୃତି ଦେବା ଉଚିତ ନୁହେଁ । ଚୀନ ଓ ପାକିସ୍ତାନ ଭଳି ରାଷ୍ଟ୍ର ତାଲିବାନ ସପକ୍ଷରେ ଗୋଟିଏ ପରେ ଗୋଟିଏ ବୟାନ ଦେଉଥିବାରୁ ବୋରିସ ଏଭଳି ମତ ରଖିଛନ୍ତି । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଏବେ ମାନବୀୟ ସଙ୍କଟ ବଢ଼ୁଥିବାରୁ ୨୦ ହଜାର ଆଫଗାନ ଶରଣାର୍ଥୀଙ୍କୁ ବ୍ରିଟେନ ଆଶ୍ରୟ ଦେବ ବୋଲି ଘୋଷଣା କରାଯାଇଛି । ବ୍ରିଟେନ ଗୃହ ସଚିବ ପ୍ରୀତି ପାଟିଲ କହିଛନ୍ତି, ଆଫଗାନିସ୍ତାନ ଛାଡ଼ିବାକୁ ଯେଉଁ ନାଗରିକମାନେ ବାଧ୍ୟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ଲୋକଙ୍କୁ ଆମେ ଆଶ୍ରୟ ଦେବୁ ।
Powered by Froala Editor