ତାଲିବାନ ଛାଡି ଆସିବେନି ହିନ୍ଦୁ ପୂଜାରୀ, କହିଲେ କିଛି ଏମିତି କଥା...
ତାଲିବାନ ଆତଙ୍କୀମାନେ କାବୁଲ କବଜା କରିବା ପରେ ଭୟରେ ବିଭିନ୍ନ ଦେଶର ଲୋକମାନେ ନିଜ ନିଜ ଦେଶକୁ ଚାଲିଯାଉଛନ୍ତି । ଏପରିକି ଆଫଗାନ ନାଗରିକମାନେ ମଧ୍ୟ ଜୀବନ ବଞ୍ଚାଇବାକୁ ଯୁଆଡେ଼ ପାରିଲେ ପଳାଉଛନ୍ତି । ହେଲେ କାବୁଲରେ ରହିଥିବା ଶେଷ ହିନ୍ଦୁ ପୂଜାରୀ ମନ୍ଦିର ଛାଡ଼ି ଯିବାକୁ ମନା କରିଦେଇଛନ୍ତି । ଏହି ପୂଜାରୀ ଜଣକ ହେଉଛନ୍ତି ପଣ୍ଡିତ ରାଜେଶ କୁମାର । ସେ କାବୁଲର ରତନନାଥ ମନ୍ଦିର ମୁଖ୍ୟ ପୂଜାରୀ ଅଛନ୍ତି । ତାଙ୍କୁ କାବୁଲ ଛାଡି ଚାଲିଯିବାକୁ ଅନ୍ୟ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ କହିଥିଲେ । କିନ୍ତୁ ପୂଜାରୀ କହିଥିଲେ କି ଶତାଧିକ ବର୍ଷ ଧରି ତାଙ୍କର ବଂଶଜମାନେ ଏହି ମନ୍ଦିରରେ ପୂଜା କରୁଥିଲେ । ବର୍ତ୍ତମାନ ସେ ପୂଜା କରୁଛନ୍ତି । ତେଣୁ ସେ ଏହି ମନ୍ଦିରକୁ ଛାଡ଼ି ସେ ଯାଇପାରିବେ ନାହିଁ । ଏପରିକି ଯଦି ତାଲିବାନମାନେ ତାଙ୍କୁ ହତ୍ୟା କରନ୍ତି ତେବେ ସେ ସେବା ପାଇଁ ନିଜ ଜୀବନ ଦେବେ ବୋଲି ମନେ କରିବେ ।
Powered by Froala Editor