ପିପିଲି ଉପ ନିର୍ବାଚନ ସ୍ଥଗିତ, ଘୋଷଣା ହେବ ସାନି ତାରିଖ
କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇଛି। ଏନେଇ ଜିଲା ରିଟର୍ନିଂ ଅଫିସର ତଥା ପୁରୀ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥାନ୍ତା। କିନ୍ତୁ ବୁଧବାର କରୋନାରେ ସଂକ୍ରମିତ ଅଜିତ୍ଙ୍କ ପରଲୋକ ଘଟିଛି। ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କଂଗ୍ରେସ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ପରେ ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ନିର୍ଦ୍ଧାରଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ସେଠାରେ ହୋଇଥାଆନ୍ତା ଉପନିର୍ବାଚନ। ଏଥିପାଇଁ ଆସନ୍ତା ୧୭ ତାରିଖରେ ହୋଇଥାଆନ୍ତା ଭୋଟ୍। ତା’ ପୂର୍ବରୁ ଗତ ୭ ତାରିଖରେ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡି ଯାଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଗତ ସପ୍ତାହରେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କର ବିୟୋଗ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେଥିପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ଏଡିଏମ୍ ନିଷ୍ପତ୍ତି ନେଇଛନ୍ତି।