ଏକାଥରକେ ୩ ସନ୍ତାନ ଜନ୍ମ ଦେଲେ ମହିଳା
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଡେଙ୍ଗାଉସ୍ତା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ତିନି ସନ୍ତାନ ଜନ୍ମ ଦେଇଛନ୍ତି । ଏବେ ମା’ ଓ ନବଜାତମାନେ ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସାନଖେମୁଣ୍ଡି ବ୍ଲକ ଟି .ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡି ଖୋଲ ଗ୍ରାମର ସାରାଦେବୀ ମଣ୍ଡଳଙ୍କ ଗତକାଲି ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସେ ତିନୋଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରସବ ପରେ ମା’ ଓ ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏବେ ମହିଳା ଜଣଙ୍କ ବିପଦମୁକ୍ତ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ସେହିଭଳି ନବଜାତମାନେ ମଧ୍ୟ ସୁସ୍ଥ ଥିବା ମେଡିକାଲ ଇନଚାର୍ଜ ବାହାନ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Powered by Froala Editor