୨ ହଜାର ଟଙ୍କିଆ ଜାଲ୍ ନୋଟ୍ ଧରାଇ ସେଓ ନେଇଗଲା

ନକଲି ନୋଟ୍ ଧରାଇ ଫଳ ଦୋକାନୀଙ୍କୁ ବୋକା ବନାଇଛନ୍ତି ଜଣେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ବଜାରରେ ଘଟିଛି ଏ ଘଟଣା । ସିସିଟିଭି ଫୁଟେଜ ଯୋଗାଡ କରି ତଦନ୍ତ କରୁଛି ପୁଲିସ । ଖବର ଅନୁଯାୟୀ, ମତୋ ବଜାରରେ ବାବାମଣି ନାମକ ଏକ ଫଳ ଦୋକାନା ରହିଛି । ଦୋକାନୀ ଜଣଙ୍କ ଗତକାଲି ମଧ୍ୟାହ୍ନ ଭୋଜନ କରିବା ପାଇଁ ତାଙ୍କ ପୁଅଙ୍କୁ ଦୋକାନରେ ଛାଡ଼ି ଘରକୁ ଯାଇଥିଲେ । ଏହି ସମୟରେ ୨ଜଣ ଯୁବକ ବାଇକରେ ଆସି ଦୋକାନରୁ ଏକ କିଲୋ ସେଓ କିଣି ୨ ହଜାର ଟଙ୍କିଆ ନୋଟ ଦେଇଥିଲେ । ଦୋକାନୀଙ୍କ ପୁଅ ୧୫୦ ଟଙ୍କା ରଖି ଆଉ ୧୮୫୦ ଟଙ୍କା ଫେରାଇଥିଲେ । ଘଣ୍ଟାଏ ପରେ ଫଳ ଦୋକାନୀ ଫେରିଥିଲେ, ଏବଂ ଦେଖିଲା ବେଳକୁ ୨ହଜାର ଟଙ୍କିଆ ନୋଟ୍ଟି ଜାଲ୍ ନୋଟ୍ । ଏଥିନେଇ ଫଳଦୋକାନୀ ମତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।
Powered by Froala Editor