ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର
ପୁରୀ: ଆଜିଠାରୁ ଖୋଲିଲା ପୁରୀ ଶ୍ରୀମନ୍ଦିର । ହେଲେ ଜଗାକୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ଓ ଆସନ୍ତାକାଲି ଜଗାକୁ ଦର୍ଶନ କରିବାକୁ କେବଳ ସେବାୟତଙ୍କ ପରିବାରକୁ ଅନୁମତି ମିଳିଛି । ସେହିପରି ପୁରୀ ସହରବାସୀଙ୍କୁ ଅଗଷ୍ଟ ୧୬ରୁ ୨୦ ଯାଏଁ ଦର୍ଶନ କରିବାକୁ ଅନୁମତି ମିଳିଛି ଓ ୨୩ରୁ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ କୋଭିଡ ଗାଇଡଲାଇନ ମାନି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ଓ ମନ୍ଦିର ଖୋଲିବା ନେଇ ଗତକାଲି ଜାରି ହୋଇଥିଲା SOP ।
ତେବେ ଜାରି ନିର୍ଦ୍ଦେଶନାମା ଅନୁୟାୟୀ ଭକ୍ତ, ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିପାରିବେ ନାହିଁ । କୋଭିଡ କଟକଣା ଓ ଏସଓପିକୁ କଡାକଡି ଭାବେ ପାଳନ କରାଯିବା ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର କରିଛି ।କୋରୋନା ମହାମାରୀ ପାଇଁ ଏପ୍ରିଲ ୨୪ରୁ ବନ୍ଦ ରହିଥିଲା ଶ୍ରୀମନ୍ଦିର । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଖୋଲାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତକାଲି ଝଙଚ ଜାରି ହୋଇଥିଲା । ପ୍ରଥମେ ୧୨ ଓ ୧୩ ଦୁଇଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ପ୍ରଥମେ ଦର୍ଶନ ସୁଯୋଗ ପାଇବେ । ୧୬ରୁ ୨୦ ତାରିଖ ପର୍ୟ୍ୟନ୍ତ ପୁରୀ ସହରବାସୀ ପ୍ରତି ୱାର୍ଡ ୱାରୀ ଦର୍ଶନ ସୁଯୋଗ ପାଇବା ନେଇ ଏସଓପିରେ କୁହାଯାଇଛି । ଏନେଇ ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଚିରକୁଟ୍ ଦିଆଯିବ । ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରକୁଟ୍ରେ ପରିବାରର ୬ ଜଣ ସଦସ୍ୟ ଦର୍ଶନ ପାଇଁ ଅନୁମତି ମିଳିଛି । ଏପଟେ ପ୍ରଶାସନର ଏପରି ନିଷ୍ପତ୍ତିକୁ ପୁରୀବାସୀ ସ୍ବାଗତ କରିଛନ୍ତି ।ସେହିପରି ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳଙ୍କ ପାଇଁ ସାଧାରଣ ଦର୍ଶନ ଆରମ୍ଭ ହେବ । ଏଥିପାଇଁ ୯୬ ଘଣ୍ଟାର ଜଞ-ଚଉଜ ନେଗେଟିଭ ରିପୋର୍ଟ କିମ୍ବା ୨ଟି କୋଭିଡ ଟିକା ଗ୍ରହଣ କିରଥିବା ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ସମୟରେ ସମସ୍ତ ଶ୍ରଦ୍ଧାଳୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବରୋପ କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରକୁ ଫୁଲ,ତୁଳସୀ,ପ୍ରସାଦ କିମ୍ବା ଦୀପ ନନେବା ସହ ମନ୍ଦିର ଭିତରେ ଥିବା ଅନ୍ୟ ପାର୍ଶ୍ବ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ମଧ୍ୟ ସ୍ପର୍ଶ ନକରିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।ପାନ,ଗୁଟଖା ଖାଇବା ଉପରେ କଟକଣା ଲଗାଯିବା ସହ ମନ୍ଦିର ପରିସରରେ ମାଦକ ଦ୍ରବ୍ୟ ଖାଇଲେ ୫୦୦ ଟଙ୍କା ଓ ପଲିଥିନ ବ୍ୟବହାର ପାଇଁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ । ତେବେ ସପ୍ତାହାନ୍ତ ସଟଡାଉନ ଓ ଆଗକୁ ଆସୁଥିବା ପର୍ବପର୍ବାଣୀ ସମୟରେ ଦର୍ଶନ ବନ୍ଦ ରହିବ।
Powered by Froala Editor