ବାତ୍ୟା ପାଇଁ ୧୦ଟି ଜିଲାରେ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟର ୧୦ଟି ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲାରେ ୧୯ ରୁ ୨୧ ତାରିଖ ଯାଏ ତିନିଦିନ ସ୍କୁଲରେ ପାଠପଢ଼ା ବନ୍ଦ କରାଯାଇଥିବାବେଳେ ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲାରେ ୧୯ ଓ ୨୦ ତାରିଖରେ ସ୍କୁଲ ସହ ଅଙ୍ଗନଓ୍ୱାଡ଼ି କେନ୍ଦ୍ରକୁ ଛୁଟି କରାଯାଇଛି। ଆବଶ୍ୟକ ପଡ଼ିଲେ ପରିସ୍ଥିତିର ସମୀକ୍ଷା କରି ଛୁଟି ଅବଧି ବୃଦ୍ଧି କରିବାକୁ ଜିଲାପାଳମାନେ ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
Powered by Froala Editor