Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ...

  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ ...

  • ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ...

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ...

  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ...

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ...

  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

ରାଜ୍ୟ
Home ›› ରାଜ୍ୟ ››ସୁଖୀ ଜୀବନ ନିମନ୍ତେ ଆତ୍ମିକତା କୈନ୍ଦ୍ରିକ ଚେତନା ଆବଶ୍ୟକ - ରାଜଶେଖର

ସୁଖୀ ଜୀବନ ନିମନ୍ତେ ଆତ୍ମିକତା କୈନ୍ଦ୍ରିକ ଚେତନା ଆବଶ୍ୟକ - ରାଜଶେଖର

2021-04-13 11:53:33
14378
Share:
Facebook
Twitter
E-Mail
WhatsApp
Telegram
ସୁଖୀ ଜୀବନ ନିମନ୍ତେ ଆତ୍ମିକତା କୈନ୍ଦ୍ରିକ ଚେତନା ଆବଶ୍ୟକ - ରାଜଶେଖର
ଭୁବନେଶ୍ୱର, ଏପ୍ରିଲ୍ ୧୩ : ଏକ ସୁଖୀ ଜୀବନ ନିମନ୍ତେ ମନୁଷ୍ୟ କ'ଣ ଆବଶ୍ୟକ କରେ ? ଜୀବନରେ ସୁଖପ୍ରାପ୍ତି ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ଏବଂ ଏହାକୁ ଉପଲବ୍ଧି କରିବା ନିମନ୍ତେ ମାନବ ସମାଜ ବିଭିନ୍ନ ମାର୍ଗର ଅନୁସରଣ କରିଥାଏ । ମାତ୍ର ପରସ୍ପର ସହ ଜଡ଼ିତ ତିନୋଟି ମାର୍ଗ, ଯଥା - ବୃତିଗତ, ଆବେଗପୂର୍ଣ୍ଣ ଓ ଆତ୍ମିକ ଏହି ସୁଖ ଆଣି ଦେଇପାରେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅଫିସର-ଅନ-ସ୍ପେସିଆଲ ଡ୍ୟୁଟି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ସି. ରାଜଶେଖର କହିଛନ୍ତି । ଆତ୍ମିକ ଚିନ୍ତାରେ ସଂଯୁକ୍ତ ଏକ ବିଚାରଧାରା ମନୁଷ୍ୟକୁ ଶାନ୍ତି ଦେଇପାରେ ଓ ଅନ୍ୟମାନଙ୍କ ସହ ସନ୍ତୁଳନ ରକ୍ଷା କରି ଜୀବନ କାଟିବାକୁ ସାହାଯ୍ୟ କରିଥାଏ ବୋଲି ୫ମ ଭର୍ଚୁଆଲ୍ ସୋଆ ପାକ୍ଷିକ ବକ୍ତୃତା ପ୍ରଦାନ କରି ଶ୍ରୀ ରାଜଶେଖର କହିଛନ୍ତି । "ରୋଟି କପଡା ଓ ମକାନ\' ପରି ମୌଳିକ ଆବଶ୍ୟକତା ପୂରଣ ହୋଇ ନ ପାରିଲେ ସୁଖୀ ଜୀବନ ବିଷୟରେ ଯେ କୌଣସି ଆଲୋଚନା ମୂଲ୍ୟହୀନ ହୋଇ ପଡ଼ିବ । ମାତ୍ର ଏହି ମୌଳିକ ଆବଶ୍ୟକତା ପୂରଣ ହେବା ପରେ ମନୁଷ୍ୟ ନିଜର ବୃତିରେ ସଫଳତା ନିମନ୍ତେ ଚେଷ୍ଟା କରେ ଓ ନିଜର କାର୍ଯ୍ୟ ଦ୍ୱାରା ସିଦ୍ଧିଲାଭ କରିବାକୁ ଉଦ୍ୟମ ଜାରି ରଖେ । ଅତୀତରେ ଟୋକିଓ ଠାରେ ଭାରତୀୟ ଦୂତାବାସରେ କାର୍ଯ୍ୟ କରିବା ସମୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଶ୍ରୀ ରାଜଶେଖର କହିଲେ ଯେ ୨ୟ ମହାଯୁଦ୍ଧ ସମୟରେ ଆଣବିକ ବୋମା ଦ୍ୱାରା ବିଧ୍ୱସ୍ତ ଜାପାନ ୨୦ ବର୍ଷରୁ କମ ସମୟରେ ଅଲିମ୍ପିକ ପ୍ରତିଯୋଗୀତା ଆୟୋଜନ କରିପାରିବା କିଛି କମ୍ କଥା ନୁହେଁ । ଜାପାନର ଅଧିବାସୀ ମାନଙ୍କର ନାଗରିକ ଦାୟିତ୍ୱବୋଧ ଓ ଦେଶପ୍ରତି କର୍ତବ୍ୟର ଜ୍ଞାନ ଅତୁଳନୀୟ । ଜଣେ ଟାକ୍ସି ଚାଳକ ଥରେ ଜଣେ ବିଦେଶୀ ବ୍ୟକ୍ତିଙ୍କୁ ସେ ଯାଉଥିବା ସ୍ଥାନ ବିଷୟରେ ଜ୍ଞାନ ନଥିବାରୁ ବିନା ପାରିଶ୍ରାମିକରେ ଗନ୍ତବ୍ୟ ସ୍ଥଳରେ ପହଂଚାଇ ଥିଲେ କାରଣ ଜଣେ ବିଦେଶୀ ସମ୍ମୁଖରେ ନିଜ ଦେଶର ସଂସ୍କୃତିକୁ ଉପସ୍ଥାପନ କରିବା ତାଙ୍କର ନିଜର ଉପାର୍ଜନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମନେ କରିଥିଲେ । ମାନବ ସହ ଉତମ ବୁଝାମଣାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ଶ୍ରୀ ରାଜଶେଖର ଠେକୁଆ ଓ କଇଁଛ ମଧ୍ୟରେ ହୋଇଥିବା ଦୌଡ଼ ପ୍ରତିଯୋଗୀତାର ଅବତାରଣା କରିଥିଲେ । ପ୍ରତିଯୋଗୀତା ଅପେକ୍ଷା ବୁଝାମଣା ଓ ପରସ୍ପରର ଭାର ବହନ କରିବା ଦ୍ୱାରା ଜୀବନର ଦୌଡକୁ ସମ୍ପୂର୍ଣ୍ଣ କରାଯାଇପାରିବ ବୋଲି ସେ ମତ ଦେଇଥିଲେ । କ୍ୟୁବାରେ ଭାରତର ରାଷ୍ଟ୍ରଦୂତ ତଥା ଇଣ୍ଡିଆନ କାଉନସିଲ୍ ଫର କଲଚରାଲ ରିଲେସନ୍ସର ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରିଥିବା ଶ୍ରୀ ରାଜଶେଖର କହିଥିଲେ ଯେ ଜୀବନର ବିଭିନ୍ନ ମାର୍ଗରେ ସଫଳତା ହାସଲ କରିଥିବା ମନୁଷ୍ୟ ଆତ୍ମିକ ଜ୍ଞାନ ଲାଭ ନ କରିପାରିଲେ ଜୀବନରେ ଶୂନ୍ୟତା ଅନୁଭବ କରିବ । ଏହି ବକ୍ତୃତା ସୋଆ ଏନଏସଏସ ବ୍ୟୁରୋ ଓ ସୋଆ ୱେଲନେସ ସେଂଟର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସୋଆ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Tags soa university

Related articles Odisha News Lens 4.1

  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14511
    Oct 01, 2026
  • ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

    14956
    Oct 01, 2026
  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ
    ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    15100
    Sep 30, 2026
  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ
    ଦେଶ-ଦେଶାନ୍ତର

    ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15656
    Oct 01, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    15143
    Sep 30, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ...

    14866
    Oct 01, 2026
  •  ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...
    ଦେଶ-ଦେଶାନ୍ତର

    ନିଜ ଜୀବନକୁ ବାଜି ଲଗାଇ ୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ସ୍ମିତ, ଚାରିଆଡୁ ଛୁଟୁଛି ...

    15429
    Oct 01, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
    ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14855
    Sep 30, 2026
  • ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
    ଦେଶ-ଦେଶାନ୍ତର

    ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି

    15205
    Oct 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    14866
    Oct 01, 2026
  • ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    15050
    Sep 30, 2026
  • ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    15100
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17142
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17831
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17795
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18211
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15242
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14021
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15760
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15327
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14701
    Sep 18, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ସ୍ଥାପିତ ୬ଟି ଡିଜିଟାଲ ଶ୍ରେଣୀଗୃହରେ ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି

ଭୁବନେଶ୍ୱର: ଶିକ୍ଷା ସେତେବେଳେ ଅଧିକ ଅର୍ଥପୂର୍ଣ୍ଣ ହୋଇଯାଏ ଯେତେବେଳେ ଛାତ୍ରମାନେ ସଠିକ୍ ଉପକରଣ ଏବଂ ସମ୍ବଳ ପାଇଥ ...

  • ଭାରତରେ ‘Apple Pay’ ପ୍ରବେଶ

    14677
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14388
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14341
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15956
    Sep 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟମାଟୋ, କାଜୁ, ଗୁଡ଼ ସବୁ ଫିମ୍ପି : ସେଭେନ ସିଜ ହସ୍ପିଟାଲିଟିର ଲାଇସେନ୍ସ ସସପେଣ୍ଡ

    15656
    Oct 01, 2026
  • ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ଟେଲିଫୋନରେ ବାର୍ତ୍ତାଳପ

    14511
    Oct 01, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    14866
    Oct 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In