ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଞ୍ଜୁର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ୬ ମାସର ସମ୍ମାନ ରାଶି ମଞ୍ଜୁର କରିଛନ୍ତି। ଏଥିପାଇଁ ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଞ୍ଜୁର ହୋଇଛି। ସୂଚନାଯୋଗ୍ୟ ଯେ, ସରପଞ୍ଚମାନେ ୧୦ ହଜାର ଟଙ୍କା ଓ ନାଏବ ସରପଞ୍ଚମାନେ ୪ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପାଇବେ।
Powered by Froala Editor