ବାଣୀବିହାର ଛାତ୍ର ସଂସଦ ନିର୍ବାଚନ: କଡ଼ା ମୁକାବିଲା ମଧ୍ୟରେ ସଭାପତି ପଦ ହାତେଇଲା ଏବିଭିପି
ଭୁବନେଶ୍ୱର: ବହୁ ବିଳମ୍ବରେ ହେଲେ ମଧ୍ୟ ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। କଡ଼ା ମୁକାବିଲା ମଧ୍ୟରେ ଏବିଭିପି ସଭାପତି ପଦ ହାତେଇଛି। ବିସିଜେଡି ଏବଂ NSUI ମଧ୍ୟ ବିଭିନ୍ନ ପଦପଦବୀ ହାତେଇବାରେ ସଫଳ ହୋଇଛି। ଦୀର୍ଘ ୯ବର୍ଷର ବ୍ୟବଧାନ ପରେ ବାଣୀବିହାରରେ ଛାତ୍ରୀଛାତ୍ରମାନେ ସେମାନଙ୍କ ନୂଆ ନେତା ପାଇଛନ୍ତି।
ରାଜ୍ୟରେ ଚଳିତ ବର୍ଷ ୧୩ ବିଶ୍ୱବିଦ୍ୟାଳୟ ଓ ୩୪୬ କଲେଜରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷଧରି ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବାରୁ ଚଳିତ ବର୍ଷ ନିର୍ବାଚନ ବହୁ ଚ୍ୟାଲେଞ୍ଜ ରହିଥିଲା। ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ବେଶ ଟକ୍କର ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।
ବାଣୀବିହାର ସମେତ, ରମାଦେବୀ, ବିଜେବି, ଦେବରାୟ, ଭଳି କଲେଜରେ ଏବିଭିପି, ବିସିଜେଡି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱୀ ସ୍ଥିତି ଉପୁଜିଥିଲା। ମିଳିଥିବା ତଥ୍ୟ ଅନୁସାରେ ଏବିଭିପିର ପ୍ରାର୍ଥୀଙ୍କ ବିଜୟ ଆଗରେ ରହିଥିବା ବେଳେ ବିସିଜେଡି ଦ୍ୱିତୀୟ ସ୍ଥାନରେ ରହିଛି।
Powered by Froala Editor