ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ
କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି ମା’କଟକ ଚଣ୍ଡୀଙ୍କ ମନ୍ଦିର ପ୍ରକଳ୍ପର ଉଦ୍ଘାଟନ କରିଥାନ୍ତେ । ଏଥିସହିତ ଏସ୍ସିବି ମେଡ଼ିକାଲ୍ କଲେଜ ନୂଆ କୋଠା ନିର୍ମାଣ କାମର ସମୀକ୍ଷା ମଧ୍ୟ କରିଥାନ୍ତେ । ଏନେଇ ସମସ୍ତ ପ୍ରସ୍ତୁତି ସରକାରୀ ସ୍ତରରେ କରାଯାଇଥିଲା । ଏପରିକି କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ କାର୍ଯ୍ୟ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଥିବା ଅନ୍ୟ ଅତିଥିଙ୍କୁ ମଧ୍ୟ ଏକପ୍ରକାର ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି ।
Powered by Froala Editor