ଦଶହରା ପାଳନକୁ ନେଇ ଦ୍ୱନ୍ଦ୍ୱ: କେଉଁ ଦିନ ପାଳନ ହେବ ବିଜୟାଦଶମୀ ?
ପୁରୀ : ଦଶହରା ପର୍ବ ପାଳନକୁ ନେଇ ତିଥି ଗଣନାରେ ଭିନ୍ନ ମତ ପ୍ରକାଶ ପାଇବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅକ୍ଟୋବର ୨୦ ନା ୨୧ ତାରିଖରେ ବିଜୟାଦଶମୀ ପାଳନ ହେବ, ତାହାକୁ ନେଇ ପଞ୍ଜିକାରଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ତିଥି, ନକ୍ଷତ୍ର ଓ ସୂର୍ଯ୍ୟ ଉଦୟକାଳୀନ ଗଣନାକୁ ଆଧାର କରି ବିଭିନ୍ନ ପଞ୍ଜିକାରେ ଭିନ୍ନ ତାରିଖ ଉଲ୍ଲେଖ ରହିଥିବାରୁ ପର୍ବ ପାଳନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ପର୍ବର ତାରିଖକୁ ନେଇ ଦ୍ୱନ୍ଦ୍ୱ ରହିଲେ ମନ୍ଦିରର ପୂଜାବିଧିଠାରୁ ଆରମ୍ଭ କରି ସାର୍ବଜନୀନ ଉତ୍ସବ ଆୟୋଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପଞ୍ଜିକାର, ଜ୍ୟୋତିର୍ବିଦ୍ ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ତିଥି ନିର୍ଣ୍ଣୟ ଉପରେ ସ୍ପଷ୍ଟତା ଆଣିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। ଅନ୍ୟ ପକ୍ଷରେ କିଛି ଜ୍ୟୋତିର୍ବିଦ୍ ସାର୍ବଜନୀନ ଭାବେ ୨୦ ତାରିଖ ଏବଂ ଶ୍ରୀମନ୍ଦିର ନୀତି ଅନୁଯାୟୀ ୨୧ ତାରିଖରେ ଦଶହରା ପାଳନ କରାଯାଇ ପାରେ ବୋଲି ସୂଚନା ଦେଇଛନ୍ତି।
Powered by Froala Editor