ଭଦ୍ରକରେ ଏହି ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ
ଭଦ୍ରକ: ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍ ଜାରି ହୋଇଛି। ୟୁନିଅନ୍ ଆଡଭାଇଜରି କମିଟିର ନିଷ୍ପତ୍ତି ଅନୁଯାୟୀ, ଏହି ପଦକ୍ଷେପ ନିଆଯାଇଛି। ତେବେ ନିର୍ବାଚନ ବାତିଲ ସତ୍ତ୍ୱେ କିଛି ଆଶାୟୀ ପ୍ରାର୍ଥୀ ସମର୍ଥକଙ୍କ ସହ ଶୋଭାଯାତ୍ରା କରୁଥିବା ଦେଖାଯାଇଛି। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଦୀର୍ଘ ୮ ବର୍ଷ ପରେ ଚଳିତ ବର୍ଷ ଛାତ୍ର ସଂସଦନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହାପରେ କଲେଜ କ୍ୟାମ୍ପରେ ରାଜନୈତ ଉତ୍ସାହ ଛାତ୍ରଛାତ୍ରୀଙ୍କ ଭିତରେ ଦେଖିବାକୁ ମିଳିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ ଏସବୁ ଭିତରେ ଭଦ୍ରକରୁ ଆସିଛି ବଡ଼ ଖବର । ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ସମ୍ବେଦନଶୀନ ଘଟଣା ପାଇଁ ନିର୍ବାଚନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ ।
Powered by Froala Editor