ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ
କଟକ: ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି।
ଦୁଇ ବିହାରୀ କଏଦୀ ଜେଲ୍ରୁ ଫେରାର ହେବା ଘଟଣା ପରେ ସୁଜିତଙ୍କ ବିରୋଧରେ ଚୌଦ୍ୱାର ଥାନାର ପୂର୍ବତନ ଜେଲର୍ ଏତଲା ଦେଇଥିଲେ। ସରକାରୀ ରେକର୍ଡରେ ହେରଫେର କରିବା ଏବଂ ସରକାରୀ ଡ୍ୟୁଟିରେ ଥାଇ ଅପରାଧିକ ବ୍ୟବହାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି।
ଏଥିସହ ୨୦୨୫ ଅକ୍ଟୋବର ୨ରେ ‘ସୁପରିନଟେଣ୍ଡେଣ୍ଟ ମିନିଟ୍ ବୁକ୍’ରେ ଜେଲର୍ଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ଜାମିନ ପାଇଁ ସୁଜିତ ହାଇକୋର୍ଟରେ ଆବେଦନ କରିଛନ୍ତି।
Powered by Froala Editor