ସମଗ୍ର କେନ୍ଦୁଝରରେ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହ-ମୁକ୍ତ ପ୍ରସ୍ତାବ ଗୃହୀତ କଲା
କେନ୍ଦୁଝର: ବାଲ୍ୟ ବିବାହ ବିରୋଧରେ ଗୋଷ୍ଠୀ ପଦକ୍ଷେପ ସୁଦୃଢ କରିବାକୁ ଏକ ଉଲ୍ଲେଖନୀୟ ପ୍ରୟାସକ୍ରମେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଗ୍ରାମ ସଭାଗୁଡିକ ସେମାନଙ୍କ ଗ୍ରାମ ବାଲ୍ ବିବାହ ମୁକ୍ତ ଭାରତ ଅଭିଯାନ ଅଧୀନରେ ବାଲ୍ୟ ବିବାହ-ମୁକ୍ତ ଘୋଷଣା କରି ପ୍ରସ୍ତାବଗୁଡିକ ଗୃହୀତ କରାଇଛନ୍ତି । ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ପ୍ର୍ରୟାସଗୁଡିକ ତ୍ୱରାନ୍ୱିତ କରିବା ନିମନ୍ତେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରୟାସ ଅନୁଯାୟୀ ୨୦୨୬ ଅକ୍ଟୋବର ୨ ତାରିଖରେ ଆୟୋଜିତ ବାଧ୍ୟତାମୂଳକ ଗ୍ରାମ ସଭାଗୁଡିକରେ ଏହି ପ୍ରସ୍ତାବଗୁଡିକ ଗୃହୀତ କରାଯାଇଥିଲା ।
ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ସଦର, ପାଟଣା, ଚମ୍ପୁଆ, ଝୁମ୍ପୁରା, ହାଟଡିହି ଆଦି ୮ଟି ବ୍ଲକ୍ ଅନ୍ତର୍ଗତ ୫୫ଟି ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲାର ପ୍ରାୟ ୩୦୦ ଗ୍ରାମଗୁଡିକରେ ଏହି ପ୍ରସ୍ତାବ ଅଣାଯାଇ ତାହାକୁ ଗୃହୀତ କରାଯାଇଥିଲା । ଏହି ପ୍ରୟାସ ବାଲ୍ୟ ବିବାହ ନିରାକରଣକୁ ପ୍ରତ୍ୟକ୍ଷ ଭାବରେ ଗ୍ରାମ ସଭା ପ୍ରକ୍ରିୟାର ଅନ୍ତର୍ଭୁକ୍ତ କରାଉଛି ଏବଂ ପଞ୍ଚାୟତ ତଥା ଗ୍ରାମ ସ୍ତରରେ ଗୋଷ୍ଠୀଗତ ଆଲୋଚନା, ପ୍ରତିବଦ୍ଧତା ଓ ସଂସ୍ଥାନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ଆନୁଷ୍ଠାନିକ ମଞ୍ଚ ସୃଷ୍ଟି କରୁଛି ।
ହମାରା ବଚ୍ପନ ଟ୍ରଷ୍ଟ ଦ୍ୱାରା ଜଷ୍ଟ ରାଇଟ୍ସ୍ ଫର ଚିଲ୍ଡ୍ରେନ (ଜେଆର୍ସି) ଅଧୀନରେ କୈଳାସ ସତ୍ୟାର୍ଥୀ ଚିଲ୍ଡ୍ରେନସ୍ ଫାଉଣ୍ଡେସନ (କେଏସ୍ସିଏଫ) ସହିତ ସହଭାଗୀତାରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଉଛି । ୨୦୨୨ ଠାରୁ ହମାରା ବଚ୍ପନ ଟ୍ରଷ୍ଟ କେନ୍ଦୁଝରକୁ ୨୦୩୧ ସୁଦ୍ଧା ବାଲ୍ୟ ବିବାହମୁକ୍ତ କରିବା ଲକ୍ଷ୍ୟରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କେନ୍ଦୁଝର ଜିଲ୍ଲାର ୮ଟି ବ୍ଲକ୍ ଓ ୩୦୦ ଗ୍ରାମରେ ନିରନ୍ତର କାର୍ଯ୍ୟ କରିଆସୁଛି । ଗ୍ରାମ ସଭା ବୈଠକଗୁଡିକର ସୁବିଧାକରଣ, ସଚେତନତା ସୃଷ୍ଟି ଏବଂ ଦସ୍ତାବିଜ ପ୍ରସ୍ତୁତିରେ ପଞ୍ଚାୟତି ରାଜ ସଂସ୍ଥାନସମୂହ ଏବଂ ପ୍ରାସଙ୍ଗିକ ଜିଲ୍ଲା ତଥା ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଏଚ୍ବିଟି ସମର୍ଥନ ଯୋଗାଇ ଦେଇଥିଲା ।
ଗ୍ରାମ ସଭା ପ୍ରସ୍ତାବଗୁଡିକ ଧାର୍ଯ୍ୟ ବାଲ୍ୟ ବିବାହ-ମୁକ୍ତ ଗ୍ରାମ ପ୍ରମାଣୀକରଣ ପ୍ରକ୍ରିୟାର ଅଂଶ ଅଟେ । ପ୍ରସ୍ତାବଗୁଡିକ ଗୃହୀତ ହେବାପରେ ବୈଠକର ଆଲୋଚ୍ୟ ବିଷୟ ଏବଂ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତିକୁ ଯାଞ୍ଚ ଏବଂ ପ୍ରମାଣନ ପ୍ରକ୍ରିୟା ଅଧୀନରେ ପୁନଃ ଆବଶ୍ୟକ ପଦକ୍ଷେପ ନିମନ୍ତେ ମାନ୍ୟତାପ୍ରାପ୍ତ ପଞ୍ଚାୟତି ରାଜ କାର୍ଯ୍ୟକର୍ତ୍ତା ଏବଂ ବାଲ୍ୟ ବିବାହ ନିରାକରଣ ଅଧିକାରୀମାନଙ୍କ ଜରିଆରେ ଆଗକୁ ନିଆଯିବ ।
ଏହି ପ୍ରୟାସ ବାଲ୍ୟ ବିବାହ ରୋକିବା ସକାଶେ ପୂର୍ଣ୍ଣାଙ୍ଗ ଭାବରେ ସରକାର ଏବଂ ଗୋଷ୍ଠୀ-ଭିତ୍ତିକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଏବଂ ଗ୍ରାମ ପଞ୍ଚାୟତସମୂହ, ସମ୍ମୁଖଭାଗ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ପ୍ରତିଷ୍ଠାନସମୂହ ଓ ଗୋଷ୍ଠୀଗୁଡିକ ଆପଦ ଚିହ୍ନଟ, ସତର୍କ ଦୃଷ୍ଟି ନିରୀକ୍ଷଣକୁ ସୁଦୃଢ କରିବା ଏବଂ ପିଲାମାନେ ଯେଭଳି ଆଦ୍ୟ ବିବାହରୁ ସୁରକ୍ଷିତ ରହନ୍ତି ତାହା ସୁନିଶ୍ଚିତ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ।
ଅକ୍ଟୋବର ୨ ତାରିଖରେ ଅନୁଷ୍ଠିତ ଗ୍ରାମ ସଭା ପ୍ରକ୍ରିୟା ମଧ୍ୟ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀର ଦାୟିତ୍ୱ ସାଂଗଠନିକ ଦାୟିତ ସୁଦୃଢ କରିବା ପାଇଁ ବାଲ୍ ବିବାହ ମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ନିରନ୍ତର ପ୍ରୟାସ ଆଧାରରେ କରାଯାଇଥିଲା । ଗ୍ରାମ ସଭା ସମ୍ମଖରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ଏହି ପ୍ରୟାସ ତୃଣମୂଳ ସ୍ତରରେ ସଚେତନତାକୁ ଏକ ସାମୂହିକ ଏବଂ ଲିପିବଦ୍ଧ ପ୍ରତିବଦ୍ଧତାରେ ରୂପାନ୍ତରିତ କରିବାକୁ ଚାହୁଁଛି ।
ହମାରା ବଚ୍ପନ ଟ୍ରଷ୍ଟ ପ୍ରମାଣନ ପ୍ରକ୍ରିୟା ଆଗକୁ ବଢାଇବା ଏବଂ କେନ୍ଦୁଝରରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଗୋଷ୍ଠୀ ବ୍ୟବସ୍ଥା ସୁଦୃଢ କରିବାକୁ ଜିଲ୍ଲା ପ୍ରଶାସନ, ପଞ୍ଚାୟତି ରାଜ ସଂସ୍ଥାସମୂହ ଓ ଶିଶୁ ସୁରକ୍ଷା କାର୍ଯ୍ୟକର୍ତ୍ତାମାନଙ୍କ ସହିତ ସମନ୍ୱୟ ରକ୍ଷାକୁ ସମର୍ଥନ ଜାରି ରଖିବ ।
Powered by Froala Editor