୩ ରୁ ୪ ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ ଗରମ ଓ ଗୁଳୁଗୁଳି
ଭୁବନେଶ୍ୱର: ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଏହାପରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେବେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ରବିବାର ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବାବେଳେ ୨ଟି ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିଲା। ପୁରୀରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଖୋର୍ଦ୍ଧାରେ ୩୬ ଡିଗ୍ରୀ, ଗୋପାଳପୁର, ଛତ୍ରପୁର ଓ ଝାରସୁଗୁଡାରେ ୩୫.୪ ଡିଗ୍ରୀ, ଚାନ୍ଦବାଲି ୩୫.୩ ଡିଗ୍ରୀ, ଢେଙ୍କାନାଳ ୩୫.୨ ଡିଗ୍ରୀ, ପାରାଦୀପ ୩୫.୧ ଡିଗ୍ରୀ ଏବଂ ଭୁବନେଶ୍ୱର ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ରହିଥିଲା।
ଅନ୍ୟପକ୍ଷରେ ଆସନ୍ତା ୭ ଓ ୮ ତାରିଖରେ ବିଭିନ୍ନ ଜିଲାରେ ଝଡ଼ବର୍ଷା ହେବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
Powered by Froala Editor