ବାସୁଦେବପୁରରେ ବନ୍ୟା, ବେଘର ହୋଇଛନ୍ତି ଏକାଧିକ ପରିବାର
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଚଳିତ ବର୍ଷ ଷଷ୍ଠ ଥର ଗମେଇ, କାଂଶବାଂଶ ନଈରେ ବନ୍ୟା ପାଣି ଗାଁମୁହାଁ ହୋଇଛି। କେଉଁଠି ଘରେ ବନ୍ୟା ପାଣି ପଶି ଯାଇଛି ଆଉ କେଉଁଠି ପାଣି ଦୁଆର ମୁହଁରେ। ଭାଙ୍ଗିଛି ଘର। ବେଘର ହୋଇଛନ୍ତି ଏକାଧିକ ପରିବାର। ପାଣି ଘେରରେ ରହିଛନ୍ତି ଶତାଧିକ ପରିବାର। ବ୍ଲକର ବରଣ୍ଡୁଆ, ରତଙ୍ଗା, ସୁଦର୍ଶନପୁର, ନରସିଂହପୁର, ଭୈରବପୁର, ବଳିବିନ୍ଧା ଆଦି ତଳିଆ ଅଞ୍ଚଳରେ ବନ୍ୟା ପାଣି ଗାଁରେ ପଶିଛି। ହଜାର ହଜାର ଚାଷ ଜମି ବନ୍ୟା ପାଣିରେ ଉବୁଟୁବୁ ହେଉଛି। ବରଣ୍ଡୁଆ-ସୁଦର୍ଶନପୁର ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
Powered by Froala Editor