ଚାଞ୍ଚଲ୍ୟକର ଘଟଣା, ଘର ଭିତରେ ପଶିଲା ବାଘ
ବାରିପଦା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ ବାଘ ପଶିଆସି ଏକ ଘର ଭିତରେ ପଶିଯାଇଥିବାବେଳେ ଗ୍ରାମବାସୀ ବୁଦ୍ଧିମତାର ସହ ଘରକୁ ବାହାରୁ ତାଲା ପକାଇ ବାଘଟିକୁ ଆବଦ୍ଧ କରିଦେଇଛନ୍ତି।
ସୂଚନା ଅନୁଯାୟୀ, ବାଘଟି ଜଙ୍ଗଲ ଅଞ୍ଚଳରୁ ଗାଁ ଭିତରକୁ ଚାଲିଆସିଥିଲା। ପରେ ଏକ ଘର ଭିତରକୁ ପଶିଯାଇଥିବା ଦେଖି ଗ୍ରାମବାସୀ ସତର୍କ ହୋଇଥିଲେ। ବାଘଟି ଘର ଭିତରେ ଥିବା ସମୟରେ ଲୋକେ ବାହାରୁ କବାଟ ବନ୍ଦ କରି ତାଲା ପକାଇ ଦେଇଥିଲେ। ଫଳରେ ବାଘଟି ଘର ଭିତରେ ଆବଦ୍ଧ ହୋଇ ରହିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଏକ ଟିମ ଖପରାଖାଇ ଗାଁରେ ପହଞ୍ଚିଛି। ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲକୁ ଛାଡ଼ିବା ନେଇ ବନ କର୍ମଚାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
Powered by Froala Editor