ଛେଚୁଛି ବର୍ଷା, ସିମିଳିଗୁଡାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା ରେକର୍ଡ
କୋରାପୁଟ: କୋରାପୁଟରେ ଛେଚୁଛି ବର୍ଷା । ସିମିଳିଗୁଡାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ବର୍ଷା କୋରାପୁଟ ଜିଲ୍ଲାରେ ହୋଇଛି। ଜୟପୁର ବ୍ଲକରେ ୧୬୧ ଦଶମିକ ୬ ମିଲିମିଟର, ବୋରିଗୁମ୍ମା ବ୍ଲକରେ ୧୩୮ ଦଶମିକ ୨ ମିଲିମିଟର, ନନ୍ଦପୁର ବ୍ଲକରେ ୧୨୧ ମିଲିମିଟର, କୋରାପୁଟ ବ୍ଲକରେ ୧୧୬ ଦଶମିକ ୪ ମିଲିମିଟର ଏବଂ ଲମତାପୁଟ ବ୍ଲକରେ ୧୦୪ ଦଶମିକ ୧ ମିଲିମିଟର ବର୍ଷା ହୋଇଛି।
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବ୍ଲକରେ ୧୪୮ ଦଶମିକ ୨ ମିଲିମିଟର ଏବଂ ଛତ୍ରପୁର ବ୍ଲକରେ ୧୧୯ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ୧୩୮ ମିଲିମିଟର ଏବଂ ନନ୍ଦାହାଣ୍ଡି ବ୍ଲକରେ ୧୨୮ ମିଲିମିଟର ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ବ୍ଲକରେ ୧୨୬ ଦଶମିକ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକରେ ୧୧୭ ଦଶମିକ ୩ ମିଲିମିଟର ବର୍ଷା ହୋଇଛି। ରାଜ୍ୟରେ ଗୋଟିଏ ବ୍ଲକରେ ଅତ୍ୟନ୍ତ ପ୍ରବଳ ବର୍ଷା, ୧୦ ବ୍ଲକରେ ପ୍ରବଳ ବର୍ଷା ଏବଂ ୩୫ ବ୍ଲକରେ ଭାରୀ ବର୍ଷା ରେକର୍ଡ ହୋଇଛି।
ପୁରୀଠୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୨୩୦ କିମି ଦୂରରେ ରହିଥିବାବେଳେ କଳିଙ୍ଗପାଟନମରୁ ୭୦ କିମି, ବିଶାଖାପାଟଣାରୁ ୧୫୦ କିମି ଦୂରରେ ରହିଛି ଗଭୀର ଅବପାତ । ଏବେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବାର ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
Powered by Froala Editor