୧୬ ପେଟି କଫ୍ ସିରପ ଜବତ

ପୁରୁଣାକଟକ ପୋଲିସ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକରୁ ୧୬ ପେଟି କଫ୍ ସିରପ୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ରହିଥିବା ଜଣାପଡିଛି । ପୋଲିସର ସୂଚନା ଅନୁସାରେ, ଗୁରୁବାର ଭୁବନେଶ୍ବରରୁ ବଲାଙ୍ଗୀରକୁ ଏକ ସ୍କର୍ପିଓ ଯୋଗେ କଫ୍ ସିରପ୍ ଚୋରା ଚାଲାଣ ହେଉଥିବା ନେଇ ପୁରୁଣାକଟକ ପୋଲିସ ଖବର ପାଇଥିଲା । ତେବେ ପୋଲିସ ପକ୍ଷରୁ ଚାରିଛକଠାରେ ସମ୍ପୃକ୍ତ ଗାଡିର ଖାନ ତଲାସୀ କରାଯାଇଥିଲା । ଗାଡିରୁ ଏସ୍ କଫ୍ କମ୍ପାନୀର ୧୬ ପେଟି କଫ୍ ସିରପ୍ ଜବତ କରାଯାଇଥିଲା । ଏହି ଘଟଣାରେ ବ୍ୟବହୃତ ହୋଇଥିବା ଗୋଟିଏ ସ୍କର୍ପିଓ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ନୂଆପଡା ଜିଲ୍ଲା ଗରଡ଼ପାଲି ଗ୍ରାମର ସତାମ୍ବର ବାଘ। ତେବେ ଏଥିରେ ଅନ୍ୟକାହାର ସମ୍ପୃକ୍ତି ନେଇ ଅଧିକା ଅନୁସନ୍ଧାନ ଜାରି ରଖିଛି ପୋଲିସ ।
Powered by Froala Editor