ସକ୍ରିୟ ଘୂର୍ଣ୍ଣିବଳୟ କାଲି ସୁଦ୍ଧା ଲଘୁଚାପରେ ହେବ ପରିଣତ
ଭୁବନେଶ୍ବର: କାଲି ସୃଷ୍ଟି ହେବ ଲଘୁଚାପ। ଉତ୍ତର ଥାଇଲାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ କାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୧ କିମ୍ବା ୨୨ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ।
୩ରୁ ୪ ତାରିଖ ବେଳକୁ ଓଡିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ, ପୂର୍ବ ଉତ୍ତରପ୍ରଦେଶ ଓ ସଂଲଗ୍ନ ବିହାର ଆଡ଼କୁ ଅଗ୍ରସର ହେବ। ଆଇଏମଡି ପକ୍ଷରୁ ଏନେଇ ଆକଳନ କରାଯାଇଛି।
୨୩ ତାରିଖ ଠାରୁ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ସେପଟେ ଆଜି ଉତ୍ତର ଏବଂ ଉପକୂଳ ଓଡିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor