UG ଓ ୪ ବର୍ଷିଆ ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ରାଜ୍ୟରେ କଲେଜ ସିଟ୍ ଖାଲି ରହିବା ସମସ୍ୟା ଶେଷ ହେଉନାହିଁ । +2 ଓ +3 ସିଟ୍ ପରେ UG ଓ ୪ ବର୍ଷିଆ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ଖାଲି ରହିଛି । ଏଥିପାଇଁ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
UG ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଆବେଦନ ତାରିଖ ଗତକାଲି (ଗୁରୁବାର) ଅପରାହ୍ନରୁ ଆରମ୍ଭ ହୋଇ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । 20 ତାରିଖରେ ଆବେଦନାକାରୀଙ୍କ ତାଲିକା ସହିତ ପ୍ରଥମ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ କରାଯିବ । ଛାତ୍ରଛାତ୍ରୀ 24-26 ତାରିଖ ମଧ୍ୟରେ ସାମ୍ସ ଇ -ସ୍ପେସରେ ସମ୍ପୂର୍ଣ୍ଣ ତଥ୍ୟକୁ ଅପଡେସନ କରିପାରିବେ ।
ITEP ପାଇଁ ଆବେଦନ ତାରିଖ:ଶିକ୍ଷାବର୍ଷ ୨୦୨୬–୨୭ ପାଇଁ SAMS ଅଧୀନରେ ୪ ବର୍ଷିଆ ITEP କୋର୍ସର ଫେଜ୍–୨ ନାମଲେଖା ସମୟସୂଚୀ ପ୍ରକାଶ ପାଇଛି ।
Powered by Froala Editor