ନୂଆଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ
ସମ୍ବଲପୁର: ନୂଆଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ସରିଆ ଧାନ। ବଲବସପୁରର ଏକ ପରିବାର ପ୍ରତିବର୍ଷ ସ୍ୱତନ୍ତ୍ର ଭାବେ ଏହି ଧାନ ଚାଷ କରିଥାନ୍ତି। ପରମ୍ପରା ଅନୁଯାୟୀ, ପରିବାରର ସଦସ୍ୟମାନେ ସମ୍ବଲପୁରର ମା' ସମଲେଇଙ୍କ ମନ୍ଦିରକୁ ଆସି ଏହି ଧାନ ମୁଖ୍ୟ ପୂଜକଙ୍କୁ ହସ୍ତାନ୍ତର କରିଛନ୍ତି।
ନୂଆଖାଇ ଦିନ ଏହି ସରିଆ ଧାନରୁ ପ୍ରସ୍ତୁତ ଚାଉଳରେ ମା' ସମଲେଇଙ୍କ ନିକଟରେ ନବାନ୍ନ ଲାଗି କରାଯିବ।
Powered by Froala Editor