ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ସାମିଲ ହେଲା ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟର ଯୁକ୍ତ୨ ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଇଁ ଆଉ ଦୁଇଟି ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ ସାମିଲ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ହେଲ୍ଥକେୟାର ଏବଂ ଆପାରେଲ୍ସକୁ ନୂଆ ଟ୍ରେଡ୍ ବିଷୟ ଭାବେ ଅନୁମୋଦନ ମିଳିଛି। ଏହି ପାଠ୍ୟକ୍ରମକୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରୀଛାତ୍ର ଅଧ୍ୟୟନ କରିପାରିବେ। ଯୁକ୍ତ ୨ରେ ଛାତ୍ରୀଛାତ୍ରଙ୍କୁ ୬ଟି ବିଷୟରେ ପରୀକ୍ଷା ଦେବାକୁ ପଡ଼ିଥାଏ। ତେବେ ଛାତ୍ରୀଛାତ୍ରମାନେ ପୂର୍ବପରି ୫ଟି ବିଷୟ ସହିତ ଏହି ଦୁଇଟି ବିଷୟରୁ ଗୋଟିଏକୁ ବାଛିପାରିବେ ବୋଲି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ସିଏଚ୍ଏସ୍ଇର ଏକାଡେମିକ କମିଟି ବୈଠକରେ ବିସ୍ତୃତ ଆଲୋଚନା ପରେ ଏହି ଦୁଇଟି ପାଠ୍ୟକ୍ରମକୁ ଇଣ୍ଟିଗ୍ରେଟେଡ ଭୋକେଶନାଲ ଷ୍ଟ୍ରିମ୍ରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
Powered by Froala Editor