ଟ୍ରେନ ଇଞ୍ଜିନ ଧକ୍କାରେ ଚାଲିଗଲା ଦନ୍ତା ହାତୀର ଜୀବନ
ରାୟଗଡା: ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡାଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି ଘଟଣା ଘଟିଛି I ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ I
ସୂଚନାରୁ ଜଣାପଡିଛି ଯେ, ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍ ଦନ୍ତା ହାତୀଟିକୁ ଧକ୍କା ଦେଇଥିଲା I ଘଟଣା ବିଳମ୍ବିତ ରାତିରେ ହୋଇଥିବା ବେଳେ ଆରପିଏଫ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି I
Powered by Froala Editor