ଛାତ୍ରଙ୍କ ଦାନ୍ତ ଭାଙ୍ଗିଦେଲେ ଶିକ୍ଷକ
ବୌଦ୍ଧ: ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର | ବୌଦ୍ଧ ଜିଲ୍ଲାରେ ଥିବା ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୭ଟା ବେଳେ ପିଇଟି ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ମାରିବାରୁ ତାହା ୭ମ ଶ୍ରେଣୀର ଛାତ୍ରଙ୍କ ମୁହଁରେ ବାଜିଥିଲା।
ଏଥିରେ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି।
Powered by Froala Editor