ନାଟକ ମଞ୍ଚସ୍ଥ ବେଳେ ନିଶାଙ୍କୁ ବୋତଲ ମାଡ
ଭୁବନେଶ୍ୱର : ଆଠଗଡ଼ରେ ମଞ୍ଚସ୍ଥ ହେଉଥିଲା ତାରିଣୀ ଗଣନାଟ୍ୟର ନାଟକ ନିଶା ନିଶା ରାତି। ଆଉ ଷ୍ଟେଜ୍ ଓ କଳାକାରଙ୍କ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ। ନିଶା ନିଶା ରାତି ନାଟକରେ ନିଶାଙ୍କୁ ଚେୟାର ଓ ବୋତଲ ମାଡ ହୋଇଥିବା ଜଣାପଡ଼ିଛି। ଆଠଗଡ଼ ଅଞ୍ଚଳରେ ମଞ୍ଚସ୍ଥ ନାଟକରେ ଚେୟାର ଓ ବୋତଲ ମାଡ କଲେ ଦର୍ଶକ। ଷ୍ଟେଜ ଉପରେ ପ୍ରଦର୍ଶନ କରାଯାଉଥିବା ଏକ ଦୃଶ୍ୟକୁ ଦେଖି ଦର୍ଶକ ତାତିବା ସହ ଅତିଷ୍ଠ ହୋଇ ଚେୟାର ଫିଙ୍ଗିଥିଲେ। ଯାତ୍ରା କଳାକାର ନିଶା ମହାରଣାଙ୍କ ଜୀବନକୁ ନେଇ ହୋଇଥିବା ଏହି ନାଟକରେ ଲୋକେ କଳାକାରଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ କରିଛନ୍ତି ବୋଲି ସୂଚନା ମିଳିଛି।
Powered by Froala Editor