ଗିରଫ ହେଲେ ଆଇଏଏସ୍ ଜ୍ଞାନେନ୍ଦ୍ର କୁମାର
ବେଙ୍ଗାଲୁରୁ : କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିସନ (କେପିଏସ୍ସି) ପରିଚାଳିତ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଆଇଏଏସ ଅଫିସର ଜ୍ଞାନେନ୍ଦ୍ର କୁମାର ଗଙ୍ଗୱାରଙ୍କୁ କର୍ଣ୍ଣାଟକ ସିଆଇଡି ଗିରଫ କରିଛି। କେପିଏସ୍ସି ଦ୍ୱାରା ପରିଚାଳିତ ପ୍ରାଣୀଚିକିତ୍ସା ଅଧିକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସିଆଇଡି ଅଧିକାରୀ ଶୁକ୍ରବାର ଓ ଶନିବାର କ୍ରମାଗତ ଦୁଇ ଦିନ ଧରି ଗଙ୍ଗୱାରଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଛନ୍ତି। ଜ୍ଞାନେନ୍ଦ୍ର ଫେବୃଆରୀ ୨୦୨୪ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କେପିଏସ୍ସିର ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟରତ ଥିଲେ, ଯେଉଁ ସମୟରେ ୪୦୦ଟି ପ୍ରାଣୀଚିକିତ୍ସା ଅଧିକାରୀ ପଦ ପାଇଁ ପରୀକ୍ଷା ହୋଇଥିଲା। ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରିବା, ଓଏମ୍ଆର ଉତ୍ତର ସିଟ୍ ହେରଫେର ଓ ଜାଲିଆତି କରି ନମ୍ବର ବଢ଼ାଇବା ଭଳି ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଓଏମଆର୍ ସିଟ୍ ଟାମ୍ପରିଂ କରିବା ବଦଳରେ ସେ ଦୁଇଜଣ ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୧.୧ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
Powered by Froala Editor