ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୩ଟି ମାଓ ଡମ୍ପ
ମାଲକାନଗିରି: ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୩ଟି ମାଓ ଡମ୍ପ । ସୁକୁମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ବେଲପେଚା ଜଙ୍ଗଲରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିବା ବେଳେ ଠାବ ହୋଇଛି ଏହି ମାଓ ଡମ୍ପ । ଯାହା ମଧ୍ୟରେ ରହିଛି ଦୁଇଟି ଟିଫିନ ବୋମା, କୋଡେକ୍ସ ତାର, ଜିଲାଟିନ ଷ୍ଟିକ ଭଳି ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ।
ସେହିଭଳି ନାରାୟଣପୁର ଜିଲ୍ଲାର ଘଞ୍ଚ ଆଦନା ଜଙ୍ଗଲରୁ ସୁରକ୍ଷାବାହିନୀ ଏକ ବଡ ମାଓ ଡମ୍ପ ଠାବ କରିଛନ୍ତି । ବିଏସଏଫ୍ ଓ ନାରାୟଣପୁର ପୁଲିସର ମିଳିତ ଅଭିଯାନରେ ଏହି ସଫଳତା ମିଳିଛି । ଡମ୍ପରୁ ୧୦ଟି ରାଇଫଲ, ୨ଟି ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର, ୧୩ଟି ଜୀବନ୍ତ ବିଜିଏଲ୍ ସେଲ୍, ୧୬ଟି ଜୀବନ୍ତ କାର୍ଟ୍ରିଜ୍, ପ୍ରାୟ ୨ କେଜିର ବିସ୍ଫୋରକ ଜବତ କରାଯାଇଛି ।
Powered by Froala Editor