ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ
ପୁରୀ: ଶନିବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଧୁକୁଡ଼ି ଦ୍ବାର ନିକଟରେ ବାନ୍ତି ପଡ଼ିଥିବା କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସୂଚନା ମୁତାବକ, ଶନିବାର ଶ୍ରୀବିଗ୍ରହଙ୍କ ସକାଳ ଧୂପ ଶେଷ ହେବା ପରେ ଭକ୍ତ ଭିତର କାଠ ନିକଟରେ ଦର୍ଶନ ପାଇଁ ଛିଡ଼ା ହୋଇଥିଲେ। ଦର୍ଶନ ସମୟରେ ଧୁକୁଡ଼ି ଦ୍ବାର ନିକଟରେ କେହି ଭକ୍ତ ବାନ୍ତି କରି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଶ୍ରୀବିଗ୍ରହଙ୍କ ବଡ଼ ମହାସ୍ନାନ ପାଇଁ ନୀତି ଆରମ୍ଭ ହୋଇଥିଲା। ଭିତର କାଠ ଚଟାଣ ଧୁଆ ହୋଇ ୧ଟା ୩୦ରେ ଚୂନ ପାଣି ପଡ଼ିଥିଲା। ୧ଟା ୩୫ରେ ସିଂହାସନ ଧୁଆ, ୧ଟା ୫୦ରେ ମହାସ୍ନାନ ପୂଜା, ୧ଟା ୫୫ରେ ମହାସ୍ନାନ ପୂଜା, ୨ଟାରେ ମହାସ୍ନାନ ପୂଜା ଶେଷ ଏବଂ ୨ଟା ୧୫ରେ ମଇଲମ ସମ୍ପନ୍ନ ହେବା ପରେ ପୁନର୍ବାର ଶ୍ରୀଜୀଉଙ୍କ ନୀତି ବଢ଼ିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
Powered by Froala Editor