Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, February 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ...

  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ...

  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ...

  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ...

  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ...

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, ...

  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ...

  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

Home ›› ››ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବି - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବି - ଧର୍ମେନ୍ଦ୍ର ପ୍ରଧାନ

2021-04-13 10:40:23
14064
Share:
Facebook
Twitter
E-Mail
WhatsApp
Telegram
ଭୁବନେଶ୍ୱରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ କଥା ହେବି - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର – ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଭୁବନେଶ୍ୱରରେ ରହୁଥିବା ବସ୍ତି ବାସିନ୍ଦାଙ୍କ ସମସ୍ୟା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡ଼େକର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଆଲୋଚନା କରାଯିବ । ସହରର ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇବା ସମସ୍ୟାର ସ୍ଥାୟୀ ସମାଧାନ ତଥା ଏ ନେଇ କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ସେ ନେଇ ଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ରାଜଧାନୀ ପ୍ରତିଷ୍ଠା ଦିବସରରେ ସବୁ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ “ରାଜ୍ୟର ରାଜଧାନୀର ଯେଉଁ ଅଂଚଳରେ ମୁଁ ରହିଛି, ସେହି ଅଂଚଳର ପ୍ରମୁଖ ବସ୍ତି ସାଲିଆ ସାହିର ଅନେକ ଲୋକ ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୋତେ ସାକ୍ଷାତ୍ କଲେ । ଏହି ସାକ୍ଷାତ୍ ସମୟରେ ସେମାନଙ୍କର ଦୀର୍ଘ ଦିନର ଦାବୀ ସେମାନଙ୍କୁ ସେହି ସ୍ଥାନର ସ୍ଥାୟୀ ପଟ୍ଟା, ପକ୍କା ଘର ପ୍ରଦାନ ପ୍ରସଙ୍ଗ ଉଠାଇଲେ । ସାଲିଆ ସାହିରେ ରହୁଥିବା ବସ୍ତି ବାସିନ୍ଦାମାନେ ଓଡ଼ିଶାର ନୂଆ ରାଜଧାନୀକୁ ସେମାନଙ୍କ ପରିଶ୍ରମର ଝାଳରେ ତିଆରି କରିଛନ୍ତି । ଆମେ ଭଲ ଘରେ ଓ ଭଲରେ ରହୁଛୁ,ଏଥିରେ ସେମାନଙ୍କର ବଡ଼ ଯୋଗଦାନ ରହିଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ସମେତ ରାଜଧାନୀରେ ଦୀର୍ଘ ଦିନରୁ ବସବାସ କରୁଥିବା ଲୋକଙ୍କୁ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ଜମି ପଟ୍ଟା ଓ ଘର ଯୋଗାଇ ଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ହେବା ଦରକାର । ଏ ସମ୍ପର୍କରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଡାଭଡ଼େକର ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ କଥା ହେବି । ଏହି ସମସ୍ୟାର ସ୍ଥାୟୀ ସମାଧାନ ତଥା କିପରି ଭାବରେ ଏକ ବିଶେଷ ପ୍ରକଳ୍ପର ଯୋଜନା ହୋଇପାରିବ ତା’ ପାଇଁ ଚେଷ୍ଟା କରିବି” ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
Tags dharmendra pradhan

Related articles Odisha News Lens 4.1

  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ
    ମନୋରଞ୍ଜନ

    ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13554
    Feb 26, 2026
  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ
    ମନୋରଞ୍ଜନ

    ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ

    14501
    Feb 25, 2026
  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ
    ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    15036
    Feb 25, 2026
  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’
    ମନୋରଞ୍ଜନ

    ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

    15109
    Feb 25, 2026
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ
    ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14076
    Feb 26, 2026
  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ
    ଦେଶ-ଦେଶାନ୍ତର

    ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    13530
    Feb 26, 2026
  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ
    ଦେଶ-ଦେଶାନ୍ତର

    ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

    15481
    Feb 26, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍
    ବିଶେଷ

    ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13765
    Feb 26, 2026
  • ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ
    ଦେଶ-ଦେଶାନ୍ତର

    ପାଠ୍ୟପୁସ୍ତକରୁ ହଟିଲା ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ

    15345
    Feb 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14076
    Feb 26, 2026
  • ମନୋରଞ୍ଜନ

    ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13554
    Feb 26, 2026
  • ବିଶେଷ

    ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13765
    Feb 26, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17353
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17423
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17768
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16242
    Apr 03, 2021

ବିଶେଷ

  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13765
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    15074
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15867
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16155
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14554
    Feb 20, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15118
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14969
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14482
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16094
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    13530
    Feb 26, 2026
  • ମେଡିକାଲ ରିପୋର୍ଟରେ ବଳାତ୍କାର ସ୍ପଷ୍ଟ

    15481
    Feb 26, 2026
  • ରଶ୍ମିକା ସେୟାର କଲେ ବିବାହର ପ୍ରଥମ ଫଟୋ

    13554
    Feb 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In