ବେଆଇନ ବାଣ କାରଖାନାରେ ନିଆଁ ଲାଗି, ଜଣେ ମୃତ
ଧାମରା : ଚାନ୍ଦବାଲିରେ ବିଳମ୍ବିତ ରାତିରେ ବେଆଇନ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାକୁ ନେଇ ଚାନ୍ଦବାଲି ପୁଲିସ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଚାନ୍ଦବାଲି ଥାନା ଅଧୀନ ମୋତୋ-ଦିଗଛିଆ ରାସ୍ତାକଡ଼ରେ ଚାଲିଥିବା ଏକ ବେଆଇନ ବାଣ କାରଖାନାରେ ବିଳମ୍ବିତ ରାତିରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ବାଣ ଓ ବିସ୍ଫୋରକ ସାମଗ୍ରୀ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ବିଶୁ ନନା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସହ ଜଡ଼ିତ ଥିବା ଅଭିଯୋଗରେ ରାଗି ପାତ୍ରଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।ପୁଲିସ ତଦନ୍ତ ଜାରି ରଖିଛି।
Powered by Froala Editor