ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା
ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ ସରକାର ଯୁବପିଢ଼ି ଏବଂ Gen Z ଏହି ସରକାରଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ୨୦୨୬-୨୭ ବଜେଟରେ ଶିକ୍ଷାରେ ସଂସ୍କାର, ଡିଜିଟାଲ, ରୋଜଗାର ଦକ୍ଷତା, କୌଶଳ ବିକାଶ ଏବଂ ଉଦୀୟମାନ ପ୍ରଯୁକ୍ତି (Emerging Technology) ଉପରେ ଗୁରୁତ୍ୱ ଦିଆଯାଇଛି।
ବିଧାନସଭାରେ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ଏନ. ମେରି ୱିଲସନ ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଅର୍ଥ ବରାଦ କରିଛନ୍ତି। ସରକାର ସ୍କୁଲ ଶିକ୍ଷା ବିଭାଗ ପାଇଁ ୪୪,୫୨୭ କୋଟି ଟଙ୍କା ଏବଂ ଉଚ୍ଚ ଶିକ୍ଷା ବିଭାଗ ପାଇଁ ୮,୩୯୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା, କୃତ୍ରିମ ବୁଦ୍ଧିମତ୍ତା (AI), ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, କ୍ରୀଡ଼ା ଏବଂ ରୋଜଗାର ସହ ଜଡିତ ଅନେକ ବଡ଼ ପ୍ରସ୍ତାବ ଘୋଷଣା କରିଛନ୍ତି।
ଏହା ସହିତ ତାମିଲନାଡୁ ସରକାର NEET ପରୀକ୍ଷା ପ୍ରତି ନିଜର ବିରୋଧକୁ ପୁଣିଥରେ ଦୋହରାଇ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଯେ, ରାଜ୍ୟରେ ମେଡିକାଲ ଭର୍ତ୍ତି ପ୍ରକ୍ରିୟାକୁ ପୁଣିଥରେ ଦ୍ୱାଦଶ ଶ୍ରେଣୀର ପବ୍ଲିକ ପରୀକ୍ଷାର ମାର୍କ ଆଧାରରେ କରାଯାଉ।
‘ପଲ୍ଲି ନିରୈଭୁ ଥିଟ୍ଟମ’ ଯୋଜନା ଅଧୀନରେ ୨,୧୩୨ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ୩,୭୩୪ଟି ସରକାରୀ ବିଦ୍ୟାଳୟକୁ ଆଧୁନିକୀକରଣ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ୩୦୦ କୋଟି ଟଙ୍କା ବରାଦ କରାଯାଇଛି।
Powered by Froala Editor